ଟାଟା ପାୱାର ମିଟର ରିଡର କର୍ମଚାରୀଙ୍କର ସମାବେଶ।

ଖଟିଖିଆଙ୍କ ପେଟକଥା ବୁଝ, ନ ହେଲେ ଆନ୍ଦୋଳନ ଉଗ୍ର ହେବ।

ବାରିପଦା- ନେସ୍କୋ ପାୱାର ଏମ୍ପେ୍ଲାଇଜ୍ ୟୁନିୟନର ସାଧାରଣ ସମ୍ପାଦକ ତାରାକାନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମିଟର ରିଡର ମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଭାରେ ମୁଖ୍ୟ ଅତିଥି ରୂପେ ସଂଘର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ଶ୍ରୀଯୁକ୍ତ ସାନନ୍ଦ ମାରାଣ୍ଡି, ସ୍ୱତନ୍ତ୍ର ଅତିଥି ରୂପେ ବାରିପଦା ମୁନିସିପାଲିଟି ଅଧ୍ୟକ୍ଷ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ମୁଖ୍ୟବକ୍ତା ସଂଘର ଉପସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା ଓ ସମ୍ମାନିତ ଅତିଥି ରୂପେ ସଂଘର ସଭାପତି ଶ୍ରୀ ସୁବ୍ରମନ୍ୟମ ମହାନ୍ତି, ସଂଘର ଡିଭିଜନ ଅର୍ଗାନାଇଜର ଦେବାଶିଷ ବେହେରା, ସମାଜସେବୀ ଅମର କୁମାର ସେଠୀ ଓ ସଞ୍ଜିତ ସେଠୀଙ୍କର ଭାଷଣରେ ମିଟର ରିଡର ମାନଙ୍କର ଦାବି ଗୁଡ଼ିକ ଆଲୋଚନା କରାଯାଇଥିଲା ଏବଂ ଏହି ଦାବି ଗୁଡ଼ିକ ନିର୍ଦ୍ଧାରିତ ସମୟ ସୀମା ଭିତରେ ସମାଧାନ ନ କଲେ ଯେଉଁ ଶ୍ରମିକ ଅଶାନ୍ତ ହୋଇ ଏକ ବିରାଟ ଆନ୍ଦୋଳନ ସୃଷ୍ଟି ହେବ ତାହା ପାଇଁ ବିଭାଗୀୟ ଅଧିକାରୀ ଏବଂ ଠିକା ସଂସ୍ଥା ଦାୟୀ ରହିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।ତେବେ ଦାବି ଗୁଡ଼ିକ ହେଲା – ସେମାନଙ୍କର ନିଯୁକ୍ତି ଦିନଠାରୁ ସର୍ବନିମ୍ନ ମଜୁରୀରେ ବକେୟା ପ୍ରାପ୍ୟ ପ୍ରଦାନ କରିବା, ବୋନସ ପ୍ରଦାନ କରିବା, କେବଳ ରିଡିଂ କାର୍ଯ୍ୟରେ ନିୟୋଜିତ କରିବା, ଇପିଏଫ ଏବଂ ଇଏସଆଇ ଠିକ୍ ଭାବେ ପୈଠ କରିବା, ଇଏସଆଇ କାର୍ଡ ପ୍ରଦାନ କରିବା, ତୁରନ୍ତ ପରିଚୟ ପତ୍ର, ନିଯୁକ୍ତି ପତ୍ର ଏବଂ ପ୍ରତି ମାସରେ ଦରମା ସ୍ଲିପ୍ ପ୍ରଦାନ କରିବା, ସୁରକ୍ଷା ପ୍ରଦାନ କରିବା, ଘୋଷ୍ଟ କଞ୍ଜୁମାର ଗୁଡ଼ିକ ଭେରିଫିକେସନ କରି ବିଲ ଗୁଡ଼ିକ ତୁରଯନ୍ତ ବନ୍ଦ କରିବା, ଯେଉଁ ମିଟର ଗୁଡ଼ିକ ଖରାପ ହୋଇଛି ତୁରନ୍ତ ଲଗେଇବା, ବିଲିଂ କରିବା ପୂର୍ବରୁ ସମସ୍ତ ମିଟର ରିଡର ମାନଙ୍କୁ ରୋଲ, କେଟ୍ରିଜ, ପ୍ରିଣ୍ଟର ଓ ମୋବାଇଲ ଯୋଗାଇଦେବା, ଶ୍ରମ ଆଇନ ଅନୁସାରେ ପ୍ରତ୍ୟେକ ମାସର ୭ ତାରିଖ ଭିତରେ ଦରମା ଦେବା, ସେମାନଙ୍କୁ ଡ୍ରେସକୋଡ ଦେବା ଏବଂ ପ୍ରତ୍ୟେକ ମାସ ତୈଳ ଭତ୍ତା ଓ ମୋବାଇଲ ରିଚାର୍ଜ କରିବା ଇତ୍ୟାଦି କରାଯାଇଅଛି । ଏହି ସଭାରେ ବାରିପଦା ଡିଭିଜନ ଅଧିନରେ ଥିବା ସମସ୍ତ ମିଟର ରିଡର ଉପସ୍ଥିତ ରହି ତାଙ୍କର ବକ୍ତବ୍ୟ ଦେଇଥିଲେ । ଏଥିରେ ପ୍ରଶାନ୍ତ କୁମାର ଦାସ, ସୀମାଚଳ ବେହେରା, ସୁଶାନ୍ତ ଜେନା, ଜୟଦ୍ରଥ ବେହେରା, ମାନସ ଦଳେଇ, ପ୍ରଦୀପ ଖିଲାର, ଶଶାଙ୍କ ବେହେରା, ସତ୍ୟଶେଖର ମହାନ୍ତ, ଜୟକୃଷ୍ଣ ପତି, ପ୍ରବୋଧ କୁମାର ରାୟ, ହରେକୃଷ୍ଣ ପାତ୍ର, କୃଷ୍ଣ ସେଠୀ ଇତ୍ୟାଦି ଅଂଶ ଗ୍ରହଣ କରିଥିଲେ । ଜ୍ୟୋତି ଲାଲ ବିଶ୍ଵାଳ ଏହାକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.