କୁଖ୍ୟାତ ଆତଙ୍କବାଦୀ ତଥା ଅଲ-କାଏଦା ମୁଖ୍ୟ ଅୟମାନ ଅଲ୍-ଜୱାହିରି ନିହତ । ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ବା ସିଆଇଏ ଆଫଗାନିସ୍ତାନରେ ଡ୍ରୋନ୍ ଆକ୍ରମଣରେ ଅଲ୍-ଜୱାହିରିକୁ ନିହତ କରିଥିବା ଦାବି କରିଛି । ୨୦୧୧ରେ ଓସାମା ବିନ୍ ଲାଡେନର ମୃତ୍ୟୁ ପରେ ଅଲ-କାଏଦାକୁ ଏବେ ସବୁଠାରୁ ବଡ଼ ଝଟକା ଲାଗିଛି । ୭୧ ବର୍ଷୀୟ ଜୱାହିରି ଏକ ସମୟରେ ଲାଡେନର ଘରୋଇ ଡାକ୍ତର ଭାବେ କାମ କରୁଥିଲା ।
୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାରେ ହୋଇଥିବା ବିମାନ ଆକ୍ରମଣରେ ଅଲ୍-ଜୱାହିରି ଥିଲା ମାଷ୍ଟର ମାଇଣ୍ଡ । ଏହି ଆତଙ୍କୀ ଆକ୍ରମଣରେ ପାଖାପାଖି ୩ହଜାର ଲୋକ ପ୍ରାଣ ହରାଇଥିଲେ । ଆମେରିକୀୟ ଅଧିକାରୀଙ୍କ କହିବା ଅନୁସାରେ, ଜୱାହିରି କାବୁଲର ଏକ ସୁରକ୍ଷିତ ଘରେ ଶରଣ ନେଇଥିଲା । ତେବେ ଆମେରିକା କୌଣସି ସୂତ୍ରରୁ ଖବର ପାଇ ଜୁଲାଇ ୩୧ ତାରିଖ ରାତି ପାଖାପାଖି ୧୦ଟା ବେଳେ ଆକାଶମାର୍ଗରୁ ଡ୍ରୋନ୍ ଦ୍ୱାରା ମିସାଇଲ୍ ଆକ୍ରମଣ କରିଥିଲା । ଷ୍ଟ୍ରାଇକ୍ ବେଳେ କାବୁଲରେ କୌଣସି ଆମେରିକୀୟ କର୍ମୀ ଆଖପାଖରେ ନଥିଲେ । ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛି ତାଲିବାନ ।
ଅଲ୍-ଜୱାହିରି କିଏ ?
– କୁଖ୍ୟାତ ଆତଙ୍କବାଦୀ ତଥା ଅଲ-କାଏଦା ମୁଖ୍ୟ
– ଓସାମା ବିନ୍ ଲାଡେନର ମୃତ୍ୟୁ ପରେ ଅଲ-କାଏଦା ମୁଖ୍ୟ
– ୨୦୧୧ ମସହାରୁ ଅଲ-କାଏଦାର ମୁଖ୍ୟ ଥିଲା
– ଓସାମା ବିନ୍ ଲାଡେନର ଡାହାଣ ହାତ ବୋଲି କୁହାଯାଉଥିଲା
– ଲାଡେନର ବ୍ୟକ୍ତିଗତ ଡାକ୍ତର ମଧ୍ୟ ଥିଲା ଜୱାହିରି
– ୯/୧୧ ୱାଲର୍ଡ ଟ୍ରେଡ୍ ସେଂଟର ଆକ୍ରମଣର ମାଷ୍ଟର ମାଇଣ୍ଡ
– ୨୫ ମିଲିୟନ୍ ଡଲାରର ପୁରସ୍କାର ରାଶି ଘୋଷଣା ହୋଇଥିଲା
– ୧୯୯୮ରେ କେନିଆ ଓ ତାଂଜାନିଆ ଦୂତାବାସ ଆକ୍ରମଣରେ ସାମିଲ
– ଏହି ଆକ୍ରମଣରେ ୨୨୪ ଜଣଙ୍କ ଜୀବନ ଯାଇଥିଲା
କେମିତି ଜୱାହିରିକୁ କରାଗଲା ହତ୍ୟା ?
– ଜୱାହିରି ବିରୋଧରେ ୬ ମାସ ପୂର୍ବରୁ ଆରମ୍ଭ ହୋଇଥିଲା ଅପରେସନ୍
– ୨ ମାସ ତଳେ ଜୱାହିରିକୁ ଖୋଜିବା ଅଭିଯାନ ଜୋରଦାର ହୋଇଥିଲା
– ଜୁଲାଇ ୧ ତାରିଖରେ ବାଇଡେନଙ୍କୁ ଅପରେସନର ପୂରା ପ୍ଲାନ୍ ଦିଆଯାଇଥିଲା
– ଜୁଲାଇ ୩୦ରେ ଜୱାହିରିକୁ ହତ୍ୟା ପାଇଁ ନିର୍ଦ୍ଦେଶ ଦେଇଥିଲେ ବାଇଡେନ୍
– ବାଇଡେନଙ୍କ ନିର୍ଦ୍ଦେଶ ମିଳିବା ପରେ ଜୱାହିରିକୁ ଏନକାଉଣ୍ଟର କରାଯାଇଛି
– ତାଲିବାନର ହକ୍କାନୀ ନେଟୱର୍କକୁ ଜୱାହିରିର ଲୋକେସନ୍ ଜଣାଥିଲା
– ତାଲିବାନୀ ନେତା ସିରାଜୁଦ୍ଦିନ୍ ହକ୍କାନୀଙ୍କ ଘରେ ରହୁଥିଲା ଜୱାହିରି
– ଜୱାହିରି ରହୁଥିବା ଘର ଛାତ ଉପରେ ସଶସ୍ତ୍ର ତାଲିବାନୀ ଜଗି ରହୁଥିଲେ
– ଆମେରିକାର ଅପରେସନ୍ ସମୟରେ ଜୱାହିରି ବାଲକୋନୀରେ ଛିଡା ହୋଇଥିଲା
– ଡ୍ରୋନ୍ ସାହାଯ୍ୟରେ ୨ଟି ହେଲଫାୟାର ମିସାଇଲ୍ ମାଡ ହୋଇଥିଲା
ହେଲଫାୟାର ମିସାଇଲ୍ କ’ଣ ?
– ଏହା ଆମେରିକା ନିର୍ମିତ ଏକ ମିସାଇଲ୍
– ଏହା ୱାରହେଡ୍-ଲେସ୍ ମିସାଇଲ୍ ଅଟେ
– ଛୋଟରୁ ଅତି ଛୋଟ ଟାର୍ଗେଟ୍ ଉପରେ ମଧ୍ୟ ଠିକ୍ ଆକ୍ରମଣ କରିପାରେ
– ଲକ୍ଷ୍ୟକୁ ସଠିକ ଭାବେ ଭେଦିବା ଏହି ମିସାଇଲର ବିଶେଷତ୍ୱ
– ଅନ୍ୟ ମିସାଇଲ୍ ଭଳି ଏହା ବିସ୍ଫୋରଣ କରିନଥାଏ
– ଏହା ଭିତରୁ ଛୁରୀ ଭଳି ଧାରୁଆ ଅସ୍ତ୍ର ବାହାରିଥାଏ
– ଯାହା ଟାର୍ଗେଟକୁ ସଠିକ ଭାବେ ଭେଦ କରିଥାଏ
– ଟାର୍ଗେଟକୁ ଛାଡିଦେଲେ ଆଖପାଖ ଲୋକଙ୍କୁ ଏହା କ୍ଷତି ପହଂଚାଇନଥାଏ
କେମିତି ହେଲା ଆତଙ୍କବାଦୀ ?
– ୧୯୫୧ ଜୁନ୍ ୧୯ରେ ଇଜିପ୍ଟ ରାଜଧାନୀ କାଏରୋରେ ଜୱାହିରିର ଜନ୍ମ
– ଆତଙ୍କବାଦୀ ହେବା ପୂର୍ବରୁ ଆଖି ଡାକ୍ତର ଥିଲା
– ୧୫ ବର୍ଷ ବୟସରେ ପ୍ରଥମ ଥର ଗିରଫ ହୋଇଥିଲା
– ‘ମୁସଲିମ୍ ବ୍ରଦରହୁଡ’ ସହ ସଂପର୍କ ନେଇ ଗିରଫ କରାଯାଇଥିଲା
– ଇଜିପ୍ଟ ରାଷ୍ଟ୍ରପତି ସଦାତଙ୍କ ହତ୍ୟାକାଣ୍ଡରେ ମଧ୍ୟ ଗିରଫ ହୋଇଥିଲା
– ଜେଲରୁ ମୁକୁଳିବା ପରେ ୧୯୮୫ରେ ସାଉଦୀ ଆରବ ପଳାଇ ଯାଇଥିଲା
– ସାଉଦୀ ଆରବରେ ଲାଡେନ୍ ସହ ଜୱାହିରିର ଦେଖା ହୋଇଥିଲା
– ସାଉଦୀ ଆରବରୁ ପାକିସ୍ତାନ ଓ ଆଫଗାନିସ୍ତାନରେ ପହଞ୍ଚିଥିଲା
– ଆଫଗାନିସ୍ତାନରେ ପହଞ୍ଚିବା ପରେ ଆତଙ୍କବାଦୀଙ୍କ ଗତିବିଧି ସହ ଜଡିତ ହେଲା
– ‘ଇଜିପ୍ଟିଆନ୍ ଇସ୍ଲାମିକ୍ ଜିହାଦ’ ପ୍ରତିଷ୍ଠା କରିଥିଲା ଜୱାହିରି