xmas

ଅଣ ଦେଖା କରି ପ୍ରକାଶିତ ହୋଇଛି ଗ୍ରେଡେ ସନ୍ ତାଲିକା

ଗୃହରେ ଭୁଲ ବିବୃତି ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ଆଜି ମାନ୍ୟବର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଅଣତାରକା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭୁଲ ତଥ୍ୟ ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା l ସିଧାସଳଖ ନିଯୁକ୍ତ ଡି. ଏସ. ପି ଙ୍କ କ୍ଷେତ୍ରରେ ସାଧାରଣ ପ୍ରଶାସନର ପ୍ରଦତ୍ତ ଚିଠିସଂଖ୍ୟା 24188 ତାରିଖ 09.09.2021କୁ ଓ ମେଘଚଦ୍ରନ କେସର ସମ୍ପୂର୍ଣ ଅଣଦେଖା କରି ପ୍ରକାଶିତ ହୋଉଛି ଗ୍ରେଡ଼ସନ ତାଲିକା l ମେଘଚନ୍ଦ୍ର କେସ ଅନୁଯାୟୀ ନଭେମ୍ବର 2019 ପୂର୍ବରୁ ବରିଷ୍ଠ ଥିବା ଓ ଗ୍ରେଡ଼ସନରେ ସ୍ଥାନ ପାଇଥିବା ଅଧିକାରୀଙ୍କ କ୍ଷେତ୍ରରେ କ୍ୟାଚ ଅପ ଲାଗୁହେବ ନାହିଁ l ଆଇନ ବିଭାଗ ମଧ୍ୟ କ୍ୟାଚ ଅପ ରୁଲକୁ ଏକ ନିୟମ ନୁହେଁ ବ୍ୟତିକ୍ରମ ଭାବେ ଲାଗୁ କରିବା ପାଇଁ କହିଥିଲେ l ଏବେ କିନ୍ତୁ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଉତ୍ତର ଉଭୟ ନିୟମ ଓ ନୈତିକତା ବିରୋଧୀ, ଯାହା ସାଧାରଣ ପ୍ରଶାସନ ଓ ଆଇନ ବିଭାଗର ମତଠାରୁ ସମ୍ପୂର୍ଣ ଭିନ୍ନ ଓ କିଛି ନିର୍ଦିଷ୍ଟ ଗୋଷ୍ଠୀଙ୍କ ପାଇଁ ପ୍ରାୟୋଜିତ କାର୍ଯ୍ୟକ୍ରମ ପରି ମନେ ହେଉଛି l ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଏ ଭୁଲ ଉତ୍ତର କାହା ସ୍ୱାର୍ଥରେ ଓ ସେ ତୁରନ୍ତ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ବିଭିନ୍ନ ମହଲରୁ ଦାବି ଉଠିଛି l ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୂର୍ବରୁ ଏହି ସଂକ୍ରାନ୍ତରେ ମାନ୍ୟବର ଉଚ୍ଚ ନ୍ୟାଲୟ, ଓଡିଶା ରେ ୪ ଟି ମାମଲା ରୁଜୁ ହୋଇଅଛି ଓ ମାନ୍ୟବର ଉଚ୍ଚ ନ୍ୟାୟାଳୟ ମଧ୍ୟ ସୌରଷ୍ଟ୍ର ବିଭାଗକୁ ଭର୍ସନା କରିସାରିଛନ୍ତି ଓ ନିୟମ ଆଧାରରେ ବରିଷ୍ଠତା ତାଲିକା ପ୍ରସ୍ତୁତି ପାଇଁ ନିର୍ଦେଶ ଦେଇଛନ୍ତି l ଏବେ ଅଦାଲତ ଅବମାନନା ସାଙ୍ଗକୁ ବେନିୟମ ଗ୍ରେଡେସନ ତାଲିକା ସରକାରଙ୍କ ପାଇଁ ଏକ ମୁଣ୍ଡବ୍ୟଥାର କାରଣ ପାଲଟିଛି l

Leave A Reply

Your email address will not be published.