xmas

ଗଛରେ ପିଟିହେଲା କାର, ଜଣେ ମୃତ, ଅନ୍ୟ ଚାରି ଆହତ

ଫୁଲବାଣୀ -02/08 ମଙ୍ଗଳବାର ଅପରାହ୍ନ ତିନିଟା ରେ ଏକ କାର ଫୁଲବାଣୀ -ଭୁବେନଶ୍ୱର ରାସ୍ତା ଖଜୁରୀପଡା ଥାନା ଅନ୍ତର୍ଗତ ବାରପୋଲିଆ ଠାରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟିହୋଇଯିଵା ଫଳରେ ଜଣକର ଘଟଣା ସ୍ଥଳରେ ମୃତ୍ଯୁ ହୋଇଥିବା ବେଳେ ଅନ୍ୟଚାରି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି l ଖବର ପାଇ ଖଜୁରୀପଡା ପୋଲିସଏକ ମାମଲା ରୁଜ୍ଜୁ କରିବା ସହ ଘଟଣା ସ୍ଥଳ ରେ ପହଂଚି କାର କୁ ଜବତ କରିଵା ସହ ଘଟଣାର ତଦନ୍ତ କରୁଛି l ସୂଚନାଯୋଗ୍ୟ ଯେ, କାର ରେ ଦଶପଲ୍ଲା ଅଂଚଳରୂ ୫ ଜଣ ଫୁଲବାଣୀ ଆସୁଥିଲେ l ମୃତ ଓ ଆହତଙ୍କ ପରିଚୟ ମିଳିନି ଏଯାଏ l

Leave A Reply

Your email address will not be published.