xmas

ରାଜ୍ୟଗୋଷ୍ଠୀ କ୍ରୀଡା: ଜୁଡୋରେ ଭାରତକୁ ଦୁଇଟି ପଦକ, ସୁଶିଲା ଦେବୀଙ୍କୁ ରୌପ୍ୟ, କାଂସ୍ୟ ପଦକ ଜିତିଲେ ବିଜୟ କୁମାର

ନୂଆଦିଲ୍ଲୀ: ଜୁଡୋରେ ସୁଶିଲା ଦେବୀ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି । ମହିଳାଙ୍କ ୪୮ କେଜି ବର୍ଗ ଫାଇନାଲରେ ଦ.ଅଫ୍ରିକାର ମାଇକେଲା ହ୍ୱାଇଟବୁଇଙ୍କ ଠାରୁ ହାରି ଯାଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତିବାର ସୁଯୋଗ ହରାଇଛନ୍ତି ଏବଂ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଅନ୍ୟପଟେ ଭାରତର ବିଜୟ କୁମାର କାଂସ୍ୟ ପଦକ ଜିତିଛନ୍ତି ।

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଜୁଡୋରେ ଭାରତକୁ ଦୁଇଟି ପଦକ ମିଳିଛି । ସ୍ୱର୍ଣ୍ଣ ପାଇ ଦାବିଦାର ଥିବା ସୁଶିଲା ଦେବୀ ଫାଇନାଲ ମୁକାବିଲାରେ ହାରି ରୌପ୍ୟ ପଦକ ଜିତିଛନ୍ତି । ସେହିପରି ବିଜୟ କୁମାର ନିଜ ନାଁରେ କାଂସ୍ୟ ପଦକ କରିଛନ୍ତି । ବିଜୟ ୬୦ କେଜି ବର୍ଗରେ ବ୍ରୋଞ୍ଜ ଜିତିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ବର୍ତ୍ତମାନ ସୁଦ୍ଧା ୮ଟି ପଦକ ଜିତିସାରିଛନ୍ତି । ଲନ ବଲରେ ମଧ୍ୟ ଭାରତ ଏକ ପଦକ ପକ୍କା କରିସାରିଛି । ଭାରତୀୟ ଲନ ଟିମ ଫାଇନାଲରେ ପହଞ୍ଚି ପଦକ ପକ୍କା କରିସାରିଛି

Leave A Reply

Your email address will not be published.