ମାଲକାନଗିରି ସହର ର ବିଭିନ୍ନ ସମସ୍ୟା ଓ ତାର ସମାଧାନ ପାଇଁ ବୈଠକ

ମାଲକାନଗିରି : ଆଜି ମାଲକାନଗିରି ଉପ – ଜିଲ୍ଲାପାଳ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, ମାଲକାନଗିରି ସହରର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ନିମନ୍ତେ ଗୋଟିଏ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମାଲକାନଗିରି ପୈାରପରିଷଦର ଅଧକ୍ଷ ଶ୍ରୀ ମନୋଜ କୁମାର ବାରିକ, ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ, ତହସିଲଦାର ରାଖାଲ ଚନ୍ଦ୍ର ପରିଡା, ,ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ, ଏମ ଭି ଆଇ ବିଭୂତି ରଞ୍ଜନ ନାୟକ,କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଜାତୀୟ ରାଜପଥ ବିଭାଗ ରାମଚନ୍ଦ୍ର ସେଠୀ, ମାଲକାନଗିରି ଚାମ୍ୱର ଅଫ କମର୍ସ ର କର୍ମକର୍ତ୍ତା ଇଶ୍ଵର ପଟ୍ଟନାୟକ ଏବଂ ସୁରେନ୍ଦ୍ର ପାଢ଼ୀ, ଟକ ସି ସଂଘ ର କର୍ମକର୍ତ୍ତା ଶିବ ପ୍ରସାଦ କିର୍ତ୍ତନୀୟା, ଘରୋଇ ବସ ସଂଘ କର୍ମକର୍ତ୍ତା ଛବି ଦାସ ଉପସ୍ଥିତ ରହିଥିଲେ । ମାଲକାନଗିରି ସହରର ବିଭିନ୍ନ ସମସ୍ୟା ଯଥା: ବେଆଇନ ପାର୍କିଂ ଏବଂ ଟ୍ରାଫିକ ସମସ୍ୟା, ବେପରୁଆ ଭାବରେ ଗାଡ଼ି ଏବଂ ବାଇକ୍ ଚଳାଉଥିବା ଲୋକ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା,ଫୁଟପାଥ ଏବଂ ରାସ୍ତା ଜବରଦଖଲ କରି ନିର୍ମାଣ ଓ ବ୍ୟବସାୟ ବନ୍ଦ କରିବା, ବେଆଇନ ନିର୍ମାଣ ଉଚ୍ଛେଦ, ଟ୍ରକ୍ ଟର୍ମିନାଲ ନିର୍ମାଣ,ଠେଲା ଓ ଉଠା ଦୋକାନୀମାନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ଯୋଗାଇ ଦେବା, ମୁଖ୍ୟ ରାସ୍ତା ଉପରେ ବଡ଼ ବଡ଼ ଟ୍ରକ୍ ଛିଡ଼ା କରାଇ, ଲୋଡ୍ ଅନଲୋଡ କରିବା ପାଇଁ ସମୟ ନିର୍ଦ୍ଧାରଣ କରିବା, ବିଭିନ୍ନ ରାସ୍ତାର‌ ମରାମତି ଓ ରକ୍ଷଣାବେକ୍ଷଣ, ରାସ୍ତାରୁ ଗୋରୁଗାଈ, ଛେଳି ଇତ୍ୟାଦି ହଟାଇବା, ସହର ଭିତରେ ଯେ କୌଣସି ସ୍ଥାନରେ ବସ୍ ଛିଡ଼ା ନ କରାଇବା ଏବଂ ଏଥିପାଇଁ ସ୍ଵତନ୍ତ୍ର ସ୍ଥାନ ନିର୍ଧାରଣ, ପଲିଥିନର ବ୍ୟବହାର ନିଷିଦ୍ଧ କରିବା ଇତ୍ୟାଦି। ଏଥି ସହିତ ନୁଆ ନୁଆ ପାର୍କ ନିର୍ମାଣ, ସହରର ସୈାନ୍ଦର୍ଯ୍ଯ କରଣ ସହିତ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସି ସି କ୍ୟାମେରା ଲଗେଇବା ଇତ୍ୟାଦି ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହି ସମସ୍ୟା ଗୁଡ଼ିକର ସମାଧାନ ଯୁଦ୍ଧ କାଳୀନ ଭିତ୍ତିରେ କରିବା ପାଇଁ ଉପ-ଜିଲ୍ଲାପାଳ ମହୋଦୟ ମାଲକାନଗିରି ପୈାରପରିଷଦ, ପୋଲିସ ପ୍ରଶାସନ, ଜାତୀୟ ରାଜପଥ ବିଭାଗ, ଏବଂ ପରିବହନ ବିଭାଗର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ବିଷୟ ଗୁଡ଼ିକୁ ପ୍ରଥମେ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ସ୍ଥାନୀୟ ଲୋକମାନଙ୍କୁ ସୂଚନା ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ସମସ୍ୟା ଗୁଡ଼ିକର ସମାଧାନ ପାଇଁ ସହରର ପ୍ରତ୍ୟେକ ସଚେତନ ନାଗରିକ, ବିଭିନ୍ନ ସଂଗଠନ, ଛାତ୍ରଛାତ୍ରୀ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଆଗେଇ ଆସି, ଜିଲ୍ଲା ପ୍ରଶାସନକୁ ସାହାଯ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.