କଟ୍ରୀକିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

ଫୁଲବାଣୀ -2/08 କନ୍ଧମାଳ ଜିଲା ରୁତୁଙ୍ଗିଆ ପଂଚାୟତ ଅନ୍ତର୍ଗତ କଟ୍ରିକିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ପାଚେରୀ ଚଢି ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ ଘଟଣା ସମ୍ପୃକ୍ତ ଅଂଚଳ ରେ ଚାଞ୍ଚଲ୍ୟ ସୃଷ୍ଟିକରିଛି l ଛାତ୍ର ଜଣଙ୍କ ହେଉଛନ୍ତି ରାଜେଶ କୁମାର ମଲିକ lକାଁହିକି କଣପାଈଁ ଏହି କୋମଳମତି ଛାତ୍ର ଜଣଙ୍କ ଆତ୍ମ ହତ୍ୟା ଉଦ୍ୟମ କରୁଥିଲା ଜଣାପଡ଼ିନି l ତେଵେ ଏହି ସ୍କୁଲ ରେ କମ ଛାତ୍ର ଛାତ୍ରୀ ପାଠପଢୁଥିଲେ ମଧ୍ୟ ଖାତା ପତ୍ରରେ କମ ଦର୍ଶାଯାଉଥିବାଜଣାପଡିଛି l ସେହିପରି ହଷ୍ଟେଲ ରେ ବି କମ ପିଲା ରହୁଥିଲେ ବି ଅଧିକ ଦର୍ଶାଯାଇ ଅର୍ଥ ହଡପ କରୁଥିବା ଅଭିଯୋଗ ହେଉଛି l
ତେଵେ ଆତ୍ମହତ୍ୟା ଘଟଣାକୁ କୁଆଡେ ଚପାଇଦେବାଲାଗି ଉଦ୍ୟମ କରାଯାଉଥିବା କୁହାଯାଉଛି l ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଦୋଷୀ ଶିକ୍ଷକ ଓକର୍ମଚାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଅବିଭାବକ ଓଗ୍ରାମବାସି ଦାବିକରିଛନ୍ତି l ଏ ନେଇ ଜିଲା ମଙ୍ଗଳ ବିଭାଗ ଅଧିକାରୀ ସିମାଞ୍ଚଳ ବେହେରା ଙ୍କୁ ପଚାରିବାରେ ସେ ତଦନ୍ତ କରିବେ ବୋଲି କହିଛନ୍ତି l

Leave A Reply

Your email address will not be published.