xmas

ରାଜ୍ୟରେ ଥିବା ଡିଗ୍ରୀ ମହାବିଦ୍ୟାଳୟ ପରିସରରୁ ଅଲଗା ହେବ ଯୁକ୍ତ ଦୁଇ ଶ୍ରେଣୀ

ରାଜ୍ୟରେ ଥିବା ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ପରିସରରୁ ଯୁକ୍ତ ଦୁଇ ଶ୍ରେଣୀକୁ ଅଲଗା କରାଯିବ। ଯୁକ୍ତଦୁଇକୁ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଢାଞ୍ଚାରେ ହାଇସ୍କୁଲ ପରିସରରେ ସାମିଲ କରି ଶିକ୍ଷାଦାନ କରାଯିବା ଲାଗି ହୋଇଥିବା ନିଷ୍ପତ୍ତିର ସ୍ଥିତି ସଂପର୍କରେ ସମୀକ୍ଷା ହେବ। ଏନେଇ ଆସନ୍ତା ୫ତାରିଖ ଅପରାହ୍ନ ୪ଟାରେ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ।ଏ ସଂକ୍ରାନ୍ତରେ ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଏକ ଚିଠି ଲେଖି ମୁଖ୍ୟ ଶାସନ ସଚିବ ଆଭାସୀ ବୈଠକ ସଂପର୍କରେ ସୂଚନା ଦେଇଛନ୍ତି।

କେତେକ ଡିଗ୍ରୀ ମହାବିଦ୍ୟାଳୟରେ ଏବେ ମଧ୍ୟ ଯୁକ୍ତଦୁଇ ଶିକ୍ଷାଦାନ ଚାଲିଥିବାରୁ ଏହାକୁ ଅଲଗା କରିବା ସହ ଯୁକ୍ତଦୁଇ ପଢାଉଥିବା ଅଧ୍ୟାପକ ଓ ଏଥିପାଇଁ ନିଯୁକ୍ତ ଅଣ ଶିକ୍ଷାଦାନ କର୍ମଚାରୀ ମାନଙ୍କୁ ମଧ୍ୟ ଡିଗ୍ରୀ କଲେଜ ଗୁଡିକରୁ ଅଲଗା କରାଯିବା ସ୍ଥିତି ସଂପର୍କରେ ବୈଠକରେ ସମୀକ୍ଷା କରାଯିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.