xmas

ଚାକିରି ଦେବା ନାଁରେ ୨୦ ଲକ୍ଷ ଠକେଇ , ଠକ ଗିରଫ

ମାଲକାନଗିରି,୩/୮–ମାଲକାନଗିରି ଜିଲ୍ଲା ମାଥିଲି ଅଂଚଳରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଛି।ଏପରି ଠକାମୀର ଶୀକାର ହୋଇଛନ୍ତି ଶିକ୍ଷିତ ୪ ଯୁବକ ଏବଂ ଜଣେ ମହିଳା । ସରକାରୀ ପଦ ପଦବିରେ ରହିବାକୁ ଯୋଜନା ରଖି ମନରେ ବିଶ୍ବାସ ଜନ୍ମାଇ ୨୦ ଲକ୍ଷ ଚଳୁ କରିଦେଲା ଠକ । ଏପଟେ ସଂପୃକ୍ତ ଠକକୁ ମଧ୍ୟ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଠକ ଜଣକ ହେଲେ ଚିନ୍ମୟ ମହାପାତ୍ର । ବାଲେଶ୍ବରର ଗେଙ୍ଗୁଟି ଅଂଚଳର ବୋଲି ପୁଲିସ କହିଛି । ଭୁବନେଶ୍ବର ସ୍ଥିତ ଓଏସଏ ନିକଟରୁ ତାଙ୍କୁ ଗିରଫ କରାଯାଇଛି । ମାଥିଲି ଅଂଚଳର କିଛି ଯୁବକ ଓ ଜଣେ ମହିଳାଙ୍କୁ ଏଫସିଆଇ , ବିଏସଏସଓ , ଏସଆଇ , କିରାଣୀ ଏବଂ ଆଦର୍ଶ ବିଦ୍ୟାଳୟର ଶିକ୍ଷୟତ୍ରୀ କରାଇ ଦେବାକୁ ପୃଥକ ପୃଥକ ଭାବେ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ଏମାନଙ୍କ ଠାରୁ ଲୁଟି ଥିଲା ଠକ । ଠକର ପ୍ରଲୋଭନ ରେ ପଡି ଲକ୍ଷ ଲକ୍ଷ ଟଙ୍କାଠକମିର ଶିକାର ହୋଇଛନ୍ତି ସନ୍ତୋଷ ବେହେରା,ମଧୁସ୍ମିତା ପୂଜାରୀ,ଶିବ ଓଡ଼ିଆ,ରାଜେନ୍ଦ୍ର ବାରିକ ଏବଂ କୃଷ୍ଣ ବାରିକ। କୃଷ୍ଣଚନ୍ଦ୍ର ବାରିକ ନାମକ ବ୍ୟକ୍ତି ଗତ ଜୁନ ମାସରେ ମାଥିଲି ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସର ସ୍ବତନ୍ତ୍ର ଟିମ୍ ଗଠନ କରି ଭୁବନେଶ୍ବରରୁ ଉକ୍ତ ଠକ କୁ ଠାବ କରିବାରେ ସଫଳ ହୋଇଥିଲେ ।ଠକ ଠାରୁ ମୋବାଇଲ ,ଏଟିଏମ କାର୍ଡ,ଆଧାର କାର୍ଡ ଓ ଅନ୍ୟାନ୍ୟ ସାମଗ୍ରୀ ପୁଲିସ ଜବତ କରିଛି।ପୁଲିସ ଠକର ଫୋନ କୁ ଟ୍ରାକ କରି ଅଭିଯୁକ୍ତକୁ ଧରିଥିଲା। ଗୀରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ ମଧ୍ୟ କରିଛି ମାଥିଲି ପୋଲିସ ।

Leave A Reply

Your email address will not be published.