xmas

ମାଲକାନଗିରି ବ୍ଲକ ଓଡିଶା ଜୀବିକା ମିଶନ ତରଫରୁ ମହିଳା ସଶକ୍ତିକରଣ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଛେଳି ପ୍ରଦାନ କରାଯାଇଥିଲା , ଟୀକାକରଣ ପରେ ଛେଳିମାନଙ୍କର ମୃତ୍ୟୁକୁ ନେଇ ଅଭିଯୋଗ ସ୍ୱୟଂ ସହାୟକ ଗୋଷ୍ଠୀ ।

ମାଲକାନଗିରି : ୦୩/୦୮/୨୨ ମାଲକାନଗିରି ସଦର ବ୍ଲକ ସ୍ଥିତ ଚଲାଣଗୁଡା ଓ ପଦ୍ମଗିରି ଠାରେ ପୃଥକ ପୃଥକ ଦୁଇଟି ଛେଳି କ୍ଲଷ୍ଟର ଗଠନ କରା ଯାଇ ୨୦୦ ଜଣ ମହିଳାଙ୍କୁ ସଶକ୍ତିକରଣ କରିବା ନିମନ୍ତେ ପୃଥକ ପୃଥକ ଭାବେ ଦୁଇଟି ଅଞ୍ଚଳରେ ୨୦ଟି ଲେଖାଏଁ ଛେଳି ପ୍ରଦାନ କରା ଯାଇଥିଲ। ଓଡିଶା ଜୀବିକା ମିଶନ ତରଫରୁ ଏହି କାର୍ଯ୍ୟ କରାଯାଇଥିବା ବେଳେ ଜିଲା ପଶୁ ସମ୍ପଦ ବିଭାଗ ସହ ଯୋଗରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଥିଲ। ବିଭାଗୀୟ ସୂଚନା ଅନୁଯାୟୀ ପ୍ରତ୍ୟେକ ଛେଳିର ଟୀକାକରଣ ଓ ପରିବହନ ସହ ୭୫୦୦ ଟଙ୍କା ଲେଖାଏଁ ସରକାରୀ ସହାୟତା ଦିଆ ଯାଇ ଜିଲା ପଶୁ ସମ୍ପଦ ବିଭାଗର ଯାଞ୍ଚ ପରେ ମହିଳାମାନଙ୍କୁ ୨୦ଟି ଲେଖାଏଁ ଛେଳିପ୍ରଦାନ କରା ଯାଇଥିଲ। ପୃଥକ ପୃଥକ ସ୍ଥାନରେ ୩ ଲକ୍ଷ ଟଙ୍କା ବ୍ୟୟରେ ଛେଳି କ୍ଲଷ୍ଟର ଗଠନ କରାଯାଇ ମହିଳାଙ୍କୁ ଛେଳି ପ୍ରଦାନ କରାଯାଇଥିଲ। ପରବର୍ତ୍ତୀ ସମୟରେ ମାର୍ଚ୍ଚ ମାସରେ ପ୍ରଥମ ପର୍ଯ୍ୟାୟରେ ଟୀକାକରଣ ପରେ ଚଲାଣଗୁଡାରେ ତିନୋଟି ଛେଳିଙ୍କ ମୃତ୍ୟୁ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ମେ ମାସରେ ଟୀକାକରଣ ପରେ ପୁନର୍ବାର ୩ଟି ଛେଳି ମୃତ୍ୟୁବରଣ କରିଥିଲୋ ତେବେ ଉକ୍ତ ଟୀକାକରଣ ପରେ ଗୁହାଳରୁ ଛେଳିକୁ ବାହାରକୁ ନ ଆଣିବା ନିମନ୍ତେ ପଶୁସମ୍ପଦ ବିଭାଗର ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲୋ ତଥାପି ମହିଳାମାନେ ଏହାକୁ ବେଖାତିର କରି ଦୁଇ ଦୁଇଥର ଟୀକାକରଣ ପରେ ଛେଳିକୁ ପ୍ରବଳ ଖରାରେ ଛାଡି ଦେଇଥିଲେ। ଫଳରେ ଛେଳି ମୃତ୍ୟୁବରଣ କରିଥିବା ଓଡିଶା ଜୀବିକା ମିଶନ ଗୋଷ୍ଠି ପ୍ରକଳ୍ପ ପରିଚାଳକ ରୋଜାଲିନି ଦାସ ପ୍ରକାଶ କରିଛନ୍ତି। ଏହି ପଶୁ ସମ୍ପଦ ରକ୍ଷଣା ବେକ୍ଷଣ ନିମନ୍ତେ ପ୍ରତ୍ୟେକ ଅଞ୍ଚଳରେ ଜଣେ ପ୍ରାଣୀମିତ୍ର ନିଯୁକ୍ତି କରାଯାଇଛିା ଉକ୍ତ ପ୍ରାଣିମିତ୍ରଙ୍କ ଅବହେଳା ଯୋଗୁଁ ଏହି ଛେଳି ମତ୍ୟୁବରଣ କରିଥିବା ସହକାରୀ ପଶୁ ସମ୍ପଦ ଚିକିତ୍ସକ ଶୁଭ୍ରାଂଶୁ ସାହୁ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଟୀକାକରଣ ସମୟରେ ପ୍ରାଣୀମିତ୍ର ଉପସ୍ଥିତ ରହି ସେ ନିଜେ ଏହି ଟିକାକରଣ କରିଛନ୍ତି। ଏହି ଟୀକାକରଣ ସମୟରେ ଆବଶ୍ୟକ ପରାମର୍ଶ ଦିଆଯାଇଛିା ଏହାକୁ ବେଖାତିର କରିବା ଯୋଗୁଁ ଛେଳି ଗୁଡିକର ମୃତ୍ୟୁ ଘଟିଥିବା ସେ ପ୍ରକାଶ କରିଛନ୍ତି। ତେବେ ଋଣ ଦିଆ ଯାଇଥିବା ସମସ୍ତ ଛେଳିର ବୀମାକରଣ ହୋଇଛି, ଛେଳି ମୃତ୍ୟୁର ଆବଶ୍ୟକୀୟ ତଥ୍ୟ ଜିଲା ପ୍ରାଣୀସମ୍ପଦ ବିଭାଗକୁ ପ୍ରଦାନ କରାଗଲେ ଏହାର ଭରଣପୋଷଣ ମହିଳାମାନେ ପାଇପାରିବେ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତିା ରବିବାର ଦିନ ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଏହି ଅଞ୍ଚଳ ଗସ୍ତ କଲା ପରେ ଏଠାରେ ଛେଳି ମୃତ୍ୟୁ ଘଟଣାକୁ ନେଇ ମହିଳାମାନେ ଅଭି ଯୋଗ କରିଥିଲେ।

Leave A Reply

Your email address will not be published.