xmas

ପୋଲିସ ଓ ଅବକାରୀ ବିଭାଗର ଜୋରଦାର ଚଡାଉ, ଦୁଇ ଦିନ ରେ ୧୩,୯୦୦ ଲିଟର ପୋଚ ଓ ୧୦୩୦ ଲିଟର ଦେଶୀ ମଦ ନଷ୍ଟ,୨୫.୯୨୦ ଲିଟର ବିଦେଶୀ ମଦ ଜବତ।

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ର ବିଭିନ୍ନ ସ୍ଥାନରେ ଦିନ କୁ ଦିନ ଚୋରା ଦେଶୀ ଓ ବିଦେଶୀ ମଦ ର କାରବାର ବୃଦ୍ଧି ପାଇବାରେ ଲାଗିଛି।ଏହାକୁ ଦୃଷ୍ଟିରେ ରଖି କୋରାପୁଟ ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀ ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗତ ଦୁଇ ଦିନ ହେଲା ବୋରିଗୁମ୍ମା ବ୍ଳକ ର ଲଦୀଯୋଡି, ସୁକିଲିଗୁଡା, ଭୂମିଆଗୁଡା, ବଗବେଡା ଓ ପଖାନାଗୁଡା ରେ ଜୋରଦାର ଚଡାଉ ଚାଲିଥିଲା।ପୋଲିସ ଓ ଅବକାରୀ ବିଭାଗ କୁ ଗତ ଦୁଇ ଦିନ ରେ ବେଶ ସଫଳତା ମିଳିଛି।ଅବକାରୀ ବିଭାଗ ଦେଶୀ ମଦ ପ୍ରସ୍ତୁତ ହେବା ନିମନ୍ତେ ଥିବା ୧୩,୯୦୦ ଲିଟର ପୋଚ ନଷ୍ଟ କରିବା ସହ ୧୦୩୦ ଲିଟର ଚୋରା ଦେଶୀ ମଦ ମଧ୍ୟ ନଷ୍ଟ କରିଥିବା ବୋରିଗୁମ୍ମା ଅବକାରୀ ଅଧିକାରୀ କେ.ତ୍ରିପତି ପଟନାୟକ ସୂଚନା ଦେଇଛନ୍ତି।ଅନ୍ୟପଟେ ଚାଲାଣଗୁଡା ଗ୍ରାମର ଜଣଙ୍କ ଘରୁ ୨୯.୯୨୦ ଲିଟର ବିଭିନ୍ନ ବ୍ରାଣ୍ଡ ର ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।ଏନେଇ ଅବକାରୀ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି।ପୋଲିସ ଓ ଅବକାରୀ ଚଡାଉ ରେ ମାଜିଷ୍ଟ୍ରେଟ ଭାବେ ସ୍ଥାନୀୟ ଅତିରିକ୍ତ ତହସିଲଦାର ସଂଜୀବ କୁଲୁ, ପିଏସଆଇ ଶ୍ରୀନିବାସ ପାଲକା ଙ୍କ ସହ ବହୁ ଅବକାରୀ ଅଧିକାରୀ ଯୋଗ ଦେଇଥିଲେ।

Leave A Reply

Your email address will not be published.