xmas

୮ ଜଣ ଅବସର ନେଇଥିବା ବରିଷ୍ଠ ଶିକ୍ଷକ ମାନଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ

ମାଲକାନଗିରି: ୦୩/୦୮/୨୨ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପୂର୍ବତନ ଶିକ୍ଷକ ସମ୍ପାଦକଙ୍କ ଉପସ୍ଥିତିରେ ସ୍ଥାନୀୟ କୋରକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳ ୟରେ ଏକକାଳୀନ ୮ ଜଣ ଅବସର ନେଇଥିବା ବରିଷ୍ଠ ଶିକ୍ଷକ ମାନଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ନୀଳକଣ୍ଠ ବେହେରା ପୂର୍ବତନ ସମ୍ପାଦକ ପ୍ରଭାତ ପରିଡା ଙ୍କ ଉଦ୍ୟମ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟୀତ୍ୱରେ ଥିବା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଚାସିନ ଥିବାବେଳେ ବରିଷ୍ଠ ମୁଖ୍ୟ କିରାଣୀ ଲକ୍ଷ୍ମୀ ନାରାୟଣ ସେଠୀ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ ।ଶିକ୍ଷକ ସମାଜ ତରଫରୁ ଶିକ୍ଷକ ପ୍ରତିନିଧି ଗଣ ଉପସ୍ଥିତ ଥିଲେ । ଜୁନ ଓ ଜୁଲାଇ ମାସରେ ଅବସର ଗ୍ରହଣ କରିଥିବା ବରିଷ୍ଠ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ପଟନାୟକ ,ବିକାଶ ବିଶ୍ୱାସ .,କୈଳାସ ଚନ୍ଦ୍ର ପ୍ରଧାନ , ଡି ପି ଆର ପାତ୍ର ,ରମେଶ ଚନ୍ଦ୍ର ସ୍ୱାଇଁ ,ବଳରାମ ଲେଙ୍କା ,କୈଳାସ ପ୍ରଧାନ ,ବସନ୍ତ କୁମାର ଲେଙ୍କା ଓ ରୁଦ୍ରାକ୍ଷ ରାଓ ଙ୍କୁ ଶିକ୍ଷକ ମାନଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ,ମୁଖ୍ୟ ବକ୍ତା ଓ ସଂଘର ସଭାପତି ବରିଷ୍ଠ ଶିକ୍ଷକ କାର୍ଯ୍ୟାଳୟର କାର୍ଯ୍ୟକର୍ତ୍ତା ଙ୍କ ସମ୍ମୁଖରେ ଉପଢୌକନ ପ୍ରଦାନ ପୂର୍ବକ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ନୀଳକଣ୍ଠ ବେହେରା ଓ ପ୍ରଭାତ ପରିଡା ଙ୍କ ମିଳିତ ଉଦ୍ୟମକୁ ଶିକ୍ଷକ ସମାଜରେ ବିଭିନ୍ନ ମହଲରୁ ପ୍ରଶଂସା ର ବାର୍ତ୍ତା ଛୁଟିଥିଲା । ଅବସର ଗ୍ରହଣ କରିଥିବା ଶିକ୍ଷକମାନେ ନିଜ ଅନୁଭୂତିରୁ କିଛି କିଛି ଉପସ୍ଥାପନା କରିଥିଲେ ।

Leave A Reply

Your email address will not be published.