xmas

ଶ୍ରୀମନ୍ଦିର ବାଇଶି ପାହାଚରୁ ପ୍ରବଳ ବେଗରେ ପାଣି ମାଡ଼ି ଆସି ସିଂହଦ୍ୱାର ଗୁମୁଟରେ ପୂର୍ଣ୍ଣ ହୋଇଯାଇଥିଲା।

ହଠାତ୍‌ ଆକାଶରେ ଘୋଟି ଆସିଲା କଳା ବାଦଲ, ଏହାପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସମୁଦ୍ରର ଜଳରାଶିକୁ ଛୁଇଁଲା। ଆଉ ତା’ପରେ ପ୍ରବଳ ବର୍ଷା। ପୁରୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ହଠାତ୍‌ ଏଭଳି ଦୃଶ୍ୟ ଦେଖି ଲୋକମାନେ ଆଚମ୍ବିତ ହେବାସହ ଭୟଭୀତ ହୋଇଯାଇଥିଲେ।

ପୁରୀ ଜିଲ୍ଲା ପାନ୍ଥ ଭବନ ସମ୍ମୁଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସମୁଦ୍ରର ଜଳରାଶିକୁ ଛୁଇଁଥିବା ଦେଖିବାକୁ ମିଳିଥିଲା। କ୍ୟାମେରାରେ ଏହି ଦୃଶ୍ୟକୁ କଏଦ କରାଯାଇଛି।

ଘୂର୍ଣ୍ଣିବଳୟ ସୃଷ୍ଟି ପରେ ପ୍ରବଳ ବର୍ଷା ଲାଗି ରହିଥିଲା। ଏପରିକି ଶ୍ରୀମନ୍ଦିର ବାଇଶି ପାହାଚରୁ ପ୍ରବଳ ବେଗରେ ପାଣି ମାଡ଼ି ଆସି ସିଂହଦ୍ୱାର ଗୁମୁଟରେ ପୂର୍ଣ୍ଣ ହୋଇଯାଇଥିଲା। ଫଳରେ ଏହି ସମୟରେ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିନଥିଲେ।

Leave A Reply

Your email address will not be published.