xmas

ଗୁଣ୍ଡୁରିଗୁଡା ଆଦର୍ଶ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ

ମାଲକାନଗିରି : ୦୩/୦୮/୨୦୨୨ କୁଡୁମୁଲୁଗୁମ୍ମା ଅନ୍ତର୍ଗତ ଗୁଣ୍ଡୁରିଗୁଡା ଆଦର୍ଶ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବନମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରିନ୍ସପାଲ ମହେଶ୍ୱର ସାହୁ°କ ତତ୍ବାବଧାନରେ ଆରମ୍ଭ ହୋଇଥିବା ମହୋତ୍ସବ ରେ ବିଶେଷ ଅତିଥି ଭାବେ ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ସରପଞ୍ଚ ମ°ଗଳା ମାଢୀ, ସ୍ଥାନୀୟ ସମବାୟ ସମିତି ର ସଭାପତି ଗୋପୀ ପା°ଗୀ, ସମାଜସେବୀ ଭଗବାନ ସାହୁ°କ ସହ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ବିଦ୍ୟାଳୟ ପରିସରରେ ପାଖାପାଖି ୧୫୦ ଗୋଟି ଚାରା ରୋପଣ କରାଯାଇଥିବା ଜଣାପଡ଼ିଛି । ଉକ୍ତ ଚାରା ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଭାବେ ଆମ୍ବ, ପଣସ, ଅଁଳା,ପିସ୍ତା ବାଦାମ,ଚାକୁଣ୍ଡା ପ୍ରଭୃତି ଚାରା ବିଦ୍ୟାଳୟ ର ପାଚେରି କଡେ କଡେ ଲଗାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ବିଶେଷ କରି ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଚାରା ଲଗାଇବାରେ ବହୁତ ଉତ୍ସୁକତା ଦେଖିବାକୁ ମିଳିଥିଲା ଓ ସାମୁହିକ ସପଥ ନେଇଥିଲେ ଯେ ଗଛଟି ସମ୍ପୁର୍ଣ୍ଣ ଭାବେ ବଢିବା ପର୍ଯ୍ୟନ୍ତ ସେମାନେ ଏହାର ବ୍ୟାପକ ଯତ୍ନ ନେବେ । ପ୍ରିନ୍ସପାଲ ଶ୍ରୀ ସାହୁ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ବିଦ୍ୟାଳୟ ର ପାଚେରି ସମ୍ପୁର୍ଣ୍ଣ ନିର୍ମାଣ ହୋଇଥିବାରୁ ଅତିକମରେ ଗାଇ ଗୋରୁ ଛେଳି°କ ଦାଉରୁ ଗଛ ଗୁଡ଼ିକ ସୁରକ୍ଷିତ ରହିବା ସହ ବିଦ୍ୟାଳୟର ପରିବେଶ ସୁନ୍ଦର ପ୍ରାକୃତିକ ଓ ସବୁଜ ବଳୟ ସୃଷ୍ଟି କରିପାରିବ ।

Leave A Reply

Your email address will not be published.