xmas

ପୁଲିସ ଆଧୁନିକୀକରଣ : ଓଡିଶା ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ୧୩.୯୧ କୋଟିର ବ୍ୟୟ ବରାଦ

ନୂଆଦିଲ୍ଲୀ : ଭାରତ ସରକାର ପୁଲିସ ବଳର ଆଧୁନିକୀକରଣ ବୃହତ ଯୋଜନା ଅଧୀନରେ ୧୫ଟି ଉପଯୋଜନା ଅନୁମୋଦନ କରିଛନ୍ତି । ୨୬, ୨୭୫ କୋଟି ଟଙ୍କା କେନ୍ଦ୍ରୀୟ ବ୍ୟୟ ଅଟକଳରେ ଏହି ଉପଯୋଜନା ମାନ ପାଞ୍ଚ ବର୍ଷ ମଧ୍ୟରେ ୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ ତ୍ୱରାନ୍ୱିତ ହେବ । ଏହି ଉପଯୋଜନା ଅଧୀନରେ ଗୋଟିଏ ହେଲା, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପୁଲିସ ବଳର ଆଧୁନିକୀକରଣ ବାବଦ ସହାୟତା । ଯୋଜନା କାଳରେ ଏହାର ବ୍ୟୟବରାଦ ୪ ହଜାର ୮୪୬କୋଟି ଟଙ୍କା ରଖାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ଓଡିଶା ୧୩.୯୧ କୋଟି ଟଙ୍କାର ସହାୟତା ପାଇବ ।

ପୁଲିସ ବଳର ଆଧୁନିକୀକରଣ ବୃହତ ଯୋଜନା ଅଧୀନରେ ଭାରତ ସରକାର ଅପରାଧ ବିଜ୍ଞାନ ସାମର୍ଥ୍ୟ ବୃଦ୍ଧି ପାଇଁ ମଧ୍ୟ ଆଧୁନିକ ଯୋଜନା ରଖିଛନ୍ତି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ବୈଷୟିକ ଜ୍ଞାନ ଉପଯୋଗ ତଥା ତାଲିମ ମାନବ ସମ୍ବଳ ଓ ପରୀକ୍ଷାଗାରରେ ଅତ୍ୟାଧୁନିକ ବ୍ୟବସ୍ଥା ଜରିଆରେ ସମୟୋଚିତ ତଦନ୍ତ କରିବା ଏହି ଉପଯୋଜନା ସହାୟତାର ଲକ୍ଷ୍ୟ ।

“ପୁଲିସ ବଳର ଆଧୁନିକୀକରଣ” ଭଳି ବୃହତ୍ତ ଯୋଜନା ଅଧୀନରେ ମାଦକଦ୍ରବ୍ୟ ନିୟନ୍ତ୍ରଣ ନିମସ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପ୍ରଦାନ କରାଯାଉଥିବା ସହାୟତା ଯୋଜନା ଅବଧିକୁ ଆଉ ପାଞ୍ଚବର୍ଷ ଅର୍ଥାତ୍‌ ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏ ବାବଦ ୫୦କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଉପଯୋଗ ଓ ସଞ୍ଚୟକୁ ଭିତ୍ତିକରି ଯୋଜନା ବ୍ୟୟବରାଦ ରାଶି ସଂଶୋଧିତ ହେବ । ଗୃହବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟସଭାକୁ ଏହା ଜଣାଇଛନ୍ତି ।

Leave A Reply

Your email address will not be published.