xmas

ଭାରତ ଏବଂ ଭିଏତନାମର ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ସହଭାଗିତା ନେଇ ବଡ଼ ସୁଯୋଗ ରହିଛି : କନ୍‌ସଲ୍ ଜେନେରାଲ

ଭୁବନେଶ୍ୱର, ୦୪/୦୮: ଭାରତ ଏବଂ ଭିଏତନାମର ଶିକ୍ଷାନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ସହଯୋଗିତା ଏବଂ ଛାତ୍ରଛାତ୍ରୀ-ଶିକ୍ଷକ ଶିକ୍ଷୟତ୍ରୀ ବିନିମୟ ନେଇ ବଡ଼ ସୁଯୋଗ ରହିଛି ବୋଲି ଗୁରୁବାର ଭିଏତନାମରେ ଅବସ୍ଥାପିତ ଭାରତର କନ୍‌ସଲ୍ ଜେନେରାଲ୍ ଡକ୍ଟର ମଦନ ମୋହନ ସେଠୀ କହିଛନ୍ତି ।
ହୋ ଚି ମିନ୍ ସହରରେ ପ୍ରାୟ ୫୦ ଟି ବିଶ୍ୱବିଦ୍ୟାଳୟ ଏବଂ ସମାନ ସଂଖ୍ୟକ ଉଚ୍ଚ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ଛାତ୍ରଛାତ୍ରୀ-ଶିକ୍ଷକ ଶିକ୍ଷୟତ୍ରୀ ବିନିମୟ ଏବଂ ଗବେଷଣାରେ ସହଯୋଗିତା ନେଇ ଭିଏତନାମର ଅନେକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ସହିତ ଚୁକ୍ତି ସ୍ୱାକ୍ଷର କରିବାର ସୁଯୋଗ ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ବରିଷ୍ଠ ଅଧିକାରୀଙ୍କ ସହ ଗୁରୁବାର ଆଲୋଚନା ସମୟରେ ଡକ୍ଟର ସେଠୀ କହିଥିଲେ ।
ଭିଏତନାମର ଭୌଗଳିକ ଆକାର ରାଜସ୍ଥାନ ସହିତ ସମାନ ହୋଇଥିôବା ବେଳେ ଏହାର ଅର୍ଥନୈତିକ କ୍ଷେତ୍ର ବେଶ ସୁଦୃଢ଼ ଏବଂ ଏହାର ଜିଡିପି ରାଜସ୍ଥାନ ଠାରୁ ୩ ଗୁଣା ଅଧିକ ହେବା ସହ ଏହାର ପର୍ଯ୍ୟଟନ ଶିଳ୍ପ ଖୁବ୍ ଉନ୍ନତମାନର ଏବଂ ବାର୍ଷିକ ପ୍ରାୟ ୩୦ ମିଲିୟନ୍ ବିଦେଶୀ ପର୍ଯ୍ୟଟକ ଏଠାକୁ ଭ୍ରମଣ କରିବାକୁ ଆସିଥାନ୍ତି ଯାହାର ସଂଖ୍ୟା ଭାରତ ଠାରୁ ଅନେକ ଗୁଣା ଅଧିକ ବୋଲି ସେ କହିଛନ୍ତି ।
ଭାରତ ସହ ଭିଏତନାମର ସମ୍ପର୍କ ବେଶ ପୁରାତନ । ଦୁଇ ଦେଶ ମଧ୍ୟରେ ଅନେକ ସାଂସ୍କୃତିକ ସମ୍ପର୍କ ମଧ୍ୟ ରହିଛି । ଭିଏତନାମ ଏକ ଦେଶ ଭାବେ ସୃଷ୍ଟି ହେବାରେ ଭାରତର ଅନେକ ଅବଦାନ ରହିଥିବା ବେଳେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ୧୯୫୪ ମସିହାରେ ହାନୋଇ ପରିଦର୍ଶନ କରିଥିଲେ ବୋଲି ସେ କହିଛନ୍ତି । କୃଷି, ପନିପରିବା ଚାଷ, ମତ୍ସ୍ୟପାଳନ ଓ ଫୁଡ୍ ପ୍ରୋସେସିଂ କ୍ଷେତ୍ରରେ ଭିଏତନାମ ଅନେକ ଉନ୍ନତି କରିଥିବା ବେଳେ ଏହାର ଇଲେକ୍ଟ୍ରୋନିକ ଶିଳ୍ପ ମଧ୍ୟ ଅନେକ ଅଗ୍ରଗତି କରିଛି ବୋଲି ସେ କହିଥିଲେ ।
ପରେ ଡକ୍ଟର ସେଠୀ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କୁ ଭେଟି ମତ ଆଦାନ ପ୍ରଦାନ କରିଥିଲେ ।
ଏହି ଅବସରରେ ସୋଆର ଉପ-କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ , ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମ୍ ନିର୍ଦ୍ଦେଶକ ପ୍ରଫେସ ନଚିକେତା କେ. ଶର୍ମା ଏବଂ ଶିକ୍ଷାନୁଷ୍ଠାନର ସମସ୍ତ ଡିନ୍ ଉପସ୍ଥିତ ଥିଲେ।

Leave A Reply

Your email address will not be published.