ଛାତ୍ରଛାତ୍ରୀଙ୍କ ଜିଲ୍ଲାପାଳଙ୍କୁ ୫ଗୋଟି ସମ୍ବଳିତ ଦାବିପତ୍ର ପ୍ରଦାନ।

ବାରିପଦା ତକତପୁର ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂସଶିତ ମହାବିଦ୍ୟାଳୟ ର ସହକାରୀ ପ୍ରଫେସର ଡ଼ ମନୀଷା ଶର୍ମା ଙ୍କ ର ଆକସ୍ମିକ ଦୁର୍ଘଟଣା ରେ ପ୍ରାଣ ହାନୀ ଘଟିବା ପରେ ଉତ୍ୟକ୍ତ ସାଧାରଣ ଜନତା ଏବଂ କଲେଜ୍ ର ଛାତ୍ରଛାତ୍ରୀ ବିଶ୍ଵ ବିଦ୍ୟାଳୟ ରାସ୍ତା କୁ ଅବରୋଧ କରିଥିବା ବେଳେ ଟାଉନ୍ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ଏବଂ ମୁନିସିପାଲଟି ଚେୟାରମେନ କୃଷ୍ନାନନ୍ଦ ମହାନ୍ତି ଆସି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏହି ଘଟଣା କୁ କେନ୍ଦ୍ର କରି ୫ଗୋଟି ସମ୍ବଳିତ ଦାବିପତ୍ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସେହି ୱାର୍ଡ ର ୱାର୍ଡ କାଉନସିଲର ଶ୍ରୀଯୁକ୍ତ ଶିବ କୁମାର ପାତ୍ର ଙ୍କ ସହଯୋଗ କ୍ରମେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରା ଯାଇ ଅଛି। ଏହି ଦାବି ଗୁଡ଼ିକ ମଧ୍ୟ ରେ ସହକାରୀ ପ୍ରଫେସର ଙ୍କ ହତ୍ୟାକାରୀ ଙ୍କୁ ତୁରନ୍ତ ଗିରଫ ଦାବି, ବିଶ୍ଵ ବିଦ୍ୟାଳୟ ରାସ୍ତା ର ତୁରନ୍ତ ଉନ୍ନତିକରଣ ଏବଂ ବିଦ୍ୟୁତିକରଣ, ଶିକ୍ଷାନୁଷ୍ଠାନ ଗୁଡିକ ସମ୍ମୁଖ ରେ ହମ୍ପସ୍ ନିର୍ମାଣ ଏବଂ ପୋଲିସ୍ ଚେକ୍ ପୋଷ୍ଟ ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ଇତ୍ୟାଦି। ମହାବିଦ୍ୟାଳୟ ର ଛାତ୍ର ନେତା ଶ୍ରୀ ଅଭିଷେକ କବାଟ, ମନୋଜ କୁମାର ନାୟକ, ତୋଫାନ କୁମାର ହେମ୍ବ୍ରମ, ସୌମ୍ୟରଞ୍ଜନ ନାୟକ, ଅଂଶୁମାନ ମିଶ୍ର, ଭେଙ୍କଟ ପ୍ରସାଦ, ପବିତ୍ର କୁମାର୍ ଦାସ୍, ଦେବବ୍ରତ ସିଂହ ବାବୁ ଏବଂ ମିଲିନ କୁମାର୍ ସ୍ୱାଇଁ ପ୍ରମୁଖ ସହଯୋଗ କରି ଥିଲେ।

Leave A Reply

Your email address will not be published.