କାଲିମେଳା ମିନି ଷ୍ଟାଡିୟମ ଜମିବିକ୍ରି ମାମଲା ନେଇ ଆଜି କାଲିମେଳା ଦୋକାନ ବଜାର ବନ୍ଦ ।ଘଟଣା ର ଜିଲ୍ଲାପାଳ ଙ୍କ ତଦନ୍ତ ନିର୍ଦ୍ଦେଶ ।

ମାଲକାନଗିରି/କାଲିମେଳା ତା ୪/୮ ମାଲକାନଗିରି ଜିଲ୍ଲା କାଲିମେଳା ତହସିଲ କାର୍ଯ୍ୟାଳୟ ପାଚେରୀକୁ ଲାଗି ରହିଥିବା କାଲିମେଳା ମୈଜାର ଜମି କିଣାବିକା ଯୋଗୁଁ ବଳିପଡିଲା କାଲିମେଳା ମିନି ଷ୍ଟାଡିୟମ । ଏହାକୁ କେନ୍ଦ୍ରକରି ସ୍ଥାନୀୟ ଲୋକପ୍ରତିନିଧି ଯଥା କାଲିମେଳା ସମିତି ଅଧ୍ୟକ୍ଷ। ସୁବାସିନି ସୋଡି, ପୂର୍ବତନ ମାଲକାନଗିରି ବିଧାୟକ ମୁକୁନ୍ଦ ସୋଡି, କାଲିମେଳା ଜିଲ୍ଲା ପରିଷଦ ଜୋନ୍-୨ର ସଭ୍ୟ। ମମତା ପଡିଆମି, କାଲିମେଳା ଗ୍ରାମପଞ୍ଚାୟତର ସରପଂଚ ପୃଥିବୀରାଜ ମାଝୀ ଓ ସମିତି ସଭ୍ୟ। ଚମ୍ପା ମଲିକ ସମେତ ଅନ୍ୟ ମାନେ କାଲିମେଳା ତହସିଲ ଠାରୁ ଆରମ୍ଭ କରି ସଚିବ ରାଜସ୍ବ ବିଭାଗ ଓଡ଼ିଶା ପର୍ଯ୍ୟନ୍ତ ଲିଖିତରେ ଅଭିଯୋଗ କରିଛନ୍ତି । ଉକ୍ତ ଜମି ଗୁଗଲ ମ୍ୟାପରେ ଷ୍ଟାଡିୟମ ବୋଲି ସ୍ପଷ୍ଟ ଚିହ୍ନିତ ହେଉଥିବା ବେଳେ ଏଠାରେ ସରକାରୀ କିମ୍ବା ବେସରକାରୀ କୈାଣସି କାର୍ଯ୍ୟକ୍ରମ, ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟକ୍ରମ, ସ୍ଥାନୀୟ କିମ୍ବା ଅନଃରାଜ୍ୟ କ୍ରିଡ଼ା ଉତ୍ସବ, ରାଜନେତା କିମ୍ବା ପ୍ରଶାସନିକ ଅଧିକାରୀଙ୍କ ହେଲିକପ୍ଟର ଅବତରଣ ଭୋଳି ଅନେକ କାମ ୩୦ ବର୍ଷରୁ ଉର୍ଦ୍ଧ୍ବ ହେବ ବ୍ୟବହାର ‌ହେଉଅଛି । ଏବଂ ଏହାର ଉନ୍ନତିକରଣ ପାଇଁ ପ୍ରଶାସନ ପକ୍ଷରୁ ଲକ୍ଷାଧିକ ବ୍ୟୟରେ ଏଠାରେ ଦର୍ଶକ ଗ୍ୟାଲେରୀ, ଖେଳାଳି ଆଶ୍ରୟ ଘର, ଗେଟ୍,ସଭାମଞ୍ଚ,ପ୍ଲାଗ ପୋଷ୍ଟ ଇତ୍ୟାଦି ନିର୍ମାଣ କରାଯାଇଛି । ଏସବୁ ନିର୍ମାଣ ସମୟରେ ଉକ୍ତ ଜମି ଏମପିଭି-୭୫ ଗ୍ରାମର ମନୋରଞ୍ଜନ ରାୟଙ୍କ ଜମି, ଯାହାର ଖାତା ନଂ ୬୫୦/୧୬୩୦,ପ୍ଲଟ ନଂ ୩୦୦୩ ଓ ଏରିଆ ହେ. ୦.୫୨୬୦ ଏବଂ ବିମଲ ବିଶ୍ଵାସଙ୍କ ବାପାଙ୍କ ନାମରେ ଥିବା ଜମି,ଯାହାର ଖାତା ନଂ ୬୫୦/୧୬୨୯,ପ୍ଲଟ ନଂ ୩୦୦୪ ଓ ଏରିଆ ହେ. ୦.୫୮୦୦ ରହିଥିବା ଜଣାପଡିଛି । ତେବେ ମନୋରଞ୍ଜନ ରାୟଙ୍କ ଜମିକୁ ଏମଭି-୧ ଗ୍ରାମର ରାମ ପ୍ରସାଦ ଭଦ୍ର ଏବଂ ବିମଲ ବିଶ୍ଵାସଙ୍କ ଜମିକୁ ଏମଭି-୪୫ ଗ୍ରାମର ଆନନ୍ଦ ମାଲାକାର କ୍ରୟ କରିଥିଲେ । ଏବଂ କାଲିମେଳା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗତ ୩୧.୫.୨୦୨୨ ତାରିଖ ଦିନ ଦୁଇ କ୍ରେତା ପଟ୍ଟା ପାଇଥିଲେ । ପରବର୍ତ୍ତୀ ସମୟରେ ଗତ ୧.୮.୨୦୨୨ ତାରିଖ ଦିନ ସୁପରଭାଇଜର ରାମକୃଷ୍ଣ ପଟ୍ଟନାୟକ ସମେତ ଅନ୍ୟ କର୍ମଚାରୀ ଉକ୍ତ ଜମିକୁ ଡିମାରକେସନ କରି ଦୁଇ କ୍ରେତା ଙ୍କୁ ଜମିର ଏରିଆ ଚିହ୍ନଟ କରାଇଥିବା ଜଣାପଡିଛି । ସେହି ଦିନ ହିଁ ଉଭୟ କ୍ରେତା ନିଜ ନିଜ ଜମିରେ ଚାଷ କରିବା ଆରମ୍ଭ କରିଥିଲେ । ଯାହାଫଳରେ ମିନି ଷ୍ଟାଡିୟମର ଚଟାଣ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଥିଲା । ଖବର ପାଇ କାଲିମେଳାର ପୂରୁଣା ଭୈରବୀ ଯୁବକ ସଂଘର କାର୍ଯ୍ୟକର୍ତ୍ତା ଏବଂ ସର୍ବସାଧାରଣ ବହୁସଂଖ୍ୟାରେ ଘଟଣା ସ୍ଥଳରେ ପହଞ୍ଚି ମିନି ଷ୍ଟାଡିୟମ ଦଖଲକୁ ବିରୋଧ କରିଥିଲେ । ଅପରପକ୍ଷରେ ବ୍ୟକ୍ତିଗତ ଜମିରେ ପ୍ରଶାସନ ମିନି ଷ୍ଟାଡିୟମର ଉନ୍ନତିକରଣ ନିମନ୍ତେ ଲକ୍ଷାଧିକ ଟଙ୍କା ବ୍ୟୟବରାଦ କରାଯାଇଅଛି । ପଟ୍ଟାଦାର ଙ୍କୁ କାଲିମେଳା ତହସିଲ ପକ୍ଷରୁ ପଟ୍ଟା ଆବେଦନ ରଦ୍ଦ କରାଯାଇଥିଲା,ପରେ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଅପିଲ କରି ଯୋଗ୍ୟ ବିବେଚିତ ହୋଇଥିଲେ ବୋଲି କାଲିମେଳା ତହସିଲଦାର ଦୁର୍ଗା ପ୍ରସାଦ ଦୋରା କହିଛନ୍ତି ।ଓ ବର୍ତ୍ତମାନ କାଲିମେଳା ରେ ଆଉ ଖେଳ ପଡିଆ ନାହିଁ। କାରଣ ଷ୍ଟାଡିୟମ ବିକ୍ରି ହୋଇଯାଇଛି ।ଓ ଜମି କିଣିଥିବା ଲୋକ ମାନେ ବର୍ତ୍ତମାନ ଏହି ଷ୍ଟାଡିୟମ ରେ ଟ୍ରାକ୍ଟର ଲଗାଇ ଚାଷ କରିଛନ୍ତି ଓ ଷ୍ଟାଡିୟମ ର ଖେଳ ପଡିଆ ହଳ ଲଗାଇ ଖୋଳିଦେଇଛନ୍ତି । ଯାହାର ପ୍ରତିବାଦରେ ଆଜି କାଲିମେଳା ଭୈରବୀ ଯୁବକ ସଂଘ, ଗ୍ରାମବାସୀ, ସମାଜ ସେବୀ ଓ ଅଞ୍ଚଳ ର ଲୋକ ମାନେ ଆଜି କାଲିମେଳା ସଦର ର ଦୋକାନ ବଜାର ସହିତ ଆଜିର ଗୁରୁବାର ସାପ୍ତାହିକ ହାଟ ମଧ୍ୟ ବନ୍ଦ କରାଇଛନ୍ତି।ଓ ଏ ନେଇ କାଲିମେଳା ଛକ ନିକଟରେ ଟେଣ୍ଟ ମାରି ଧାରଣାରେ ବସିଛନ୍ତି। ଘଟଣା ଘଟିକିି ଆଜି ଚାରିଦିନବିତିଯାଇଛି ତଥାପି ସମାଧାନ ର ବାଟ। ଖୋଲି ନାହିଁ। ଯଦି ସମସ୍ୟା ର ସମାଧାନ ନ ହୁଏ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି। ଏହି ସଂପର୍କ ରେ ଜିଲ୍ଲାପାଳ ଙ୍କୁ ପଚାରିବାରୁ ଏହି ଘଟଣା ର ତଦନ୍ତ ପାଇଁ ଉପଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ତଦନ୍ତ ପରେ ଜଣା ପଡ଼ିବ ବୋଲି ପ୍ରକାଶ କରିଛନ୍ତି। ଏଠାରେ ପ୍ରଶ୍ନ ଉଠେ ଯେ ମିନି ଷ୍ଟାଡିୟମ୍ ନିର୍ମାଣ ପୂର୍ବ ରୁ ତହସିଲ କତୃପକ୍ଷ ହିଁ ଟ୍ରେସ ଓ ଜାଗା ନିରୂପଣ କରିଥିବେ ।ତାହା ପରେ ବ୍ଲକ୍ ପ୍ରଶାସନ ଏହି ଷ୍ଟାଡିୟମ,ଗ୍ୟାଲେରୀ ନିର୍ମାଣ ପାଇଁ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏଥି ପାଇଁ ଦାୟୀ କିଏ ? ତେଣୁ ତଦନ୍ତ ପରେ ଏହାର ସତ୍ୟା ସତ୍ୟ ଜଣା ପଡ଼ିବ । ପ୍ରଶାସନ ଆଗକୁ କି ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.