ପ୍ରେସ କ୍ଲୁବ ରେ ୧୫୬ ତମ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

ଫୁଲବାଣୀ:- 04/08
ଗୁରୁବାର ଜିଲ୍ଲା ପ୍ରେସ କ୍ଳଵ ଫୁଲବାଣୀ ଠାରେ ୧୫୬ ତମ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଳବ ସଭାପତି ସୁନୀଲ ପଟନାୟକ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ପିଏ. ଆଇ ଟି .ଡି.ଏ,ତଥା ବରିଷ୍ଠ ସାହିତ୍ୟିକ ବୀରେନ୍ଦ୍ର କୁମାର ଦାଶ ଯୋଗ ଦେଇଥିବା ବେଳେ ସାମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ କୁମାର ଜେନା ସନ୍ତୋଷ କୁମାର ଦିଗାଲ,ଯୋଗଦେଇ ସାମ୍ବାଦିକ ମାନେ ସର୍ବଦା ସତ୍ୟ ଓ ନିରପେକ୍ଷ ସମ୍ବାଦ ପ୍ରକାଶ ଉପରେ ଗୁରୁତ୍ୱ ଦେବା ଜରୁରୀ ବୋଲି କହିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସତ୍ୟ ନାରାୟଣ ବେହେରା , ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ପ୍ରମୁଖ ଯୋଗ ଦେଇ ଅତୀତର ଓଡ଼ିଆ ସାମ୍ବାଦିକଙ୍କ ଭୂମିକା ସହ ବର୍ତ୍ତମାନର ସାମ୍ବାଦିକଙ୍କ ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ।ସେହିପରି ସାମ୍ବାଦିକ କାହ୍ନୁ ଚରଣ ଶତପଥୀ,ତ୍ରିନାଥ ସାହୁ, ନାରାୟଣ ସାହୁ ମୂସ୍କାନ ସୁଆ ର,ପ୍ରମୁଖ ସମାଜ ଗଠନ ରେ ସାମ୍ବାଦିକ ମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ରହିଥିବା କହିଥିଲେ l
ସହସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ସୁଜିତ ବେହେରା, ସିଵନାୟକ, ଶିବରାମ ନାୟକ, ବଦ୍ୟନାଥ ନାୟକ, ଆଦିତ୍ୟ ତ୍ରିପାଠୀ, ସୁଧୀର ମହାରଣା, ପ୍ରଶାନ୍ତ ଜେନା, କାହ୍ନl ପଟନାୟକ, ଦୁଃଖିଶ୍ୟାମ ପ୍ରଧାନ, ଖିରୋଦ ସାହାଣୀ, ସନ୍ତୋଷ ନାୟକ, ବିଶ୍ଵରଞ୍ଜନ ସାମନ୍ତ ରାୟ,
ପ୍ରମୁଖ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ l

Leave A Reply

Your email address will not be published.