ପାଲା ଗାୟକ କଳାକାର ମାନଙ୍କ ଧାରଣା।

ମୟୂରଭଞ୍ଜ ଜିଲ୍ଲା ପାଲା ଗାୟକ କଳାକାର ମାନଙ୍କ ଦ୍ବାରା ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା। ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ କଳାକାର ଚୟନ ବେଳେ ପାଲା ଗାୟକ ମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଏହି ଧାରଣା ଦିଆଯାଇଛି। ଜିଲ୍ଲାର ପୁରୁଖା ତଥା ବହୁ ବରିଷ୍ଠ ପାଲା ଗାୟକ ଅଡିସନ୍ ଦେଇଥିବା ବେଳେ ତାଙ୍କୁ ଚୟନ କରାଯାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି କଳାକାର ମାନେ ।
ଅନଭିଜ୍ଞ ଲୋକଙ୍କ ଦ୍ବାରା ଅଡିସନ୍ ନିଆ ଯାଇଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି କଳାକାର ମାନେ । ତେବେ ସେମାନଙ୍କ ଅଭିଯୋଗ ନ ଶୁଣିଲେ ଆଗକୁ ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.