xmas

ଜିଲ୍ଲାପାଳ ଙ୍କ ଅଚାନକ ଆଶ୍ରମ ସ୍କୁଲ୍ ପରିଦର୍ଶନ

ମାଲକାନଗିରି:ମାଲକାନଗିରି ଜିଲ୍ଲା ର ପାଣ୍ଡ ରିପ।ଣି ରେ ଥିବା ଏସ ଏସ ଡି ହାଇସ୍କୁଲ କୁ ଅଚାନକ ଜିଲ୍ଲାପାଳ ବିଶାଳ ସିଂ ପରିଦର୍ଶନ କରିଥିଲେ। ଅନୁସୂଚିତ ଜାତି ଜନଜାତି ବିଭାଗ ଦ୍ଵାରା ପରିଚାଳିତ ହଷ୍ଟେଲ ଭିତରେ ଯାଇ ଛାତ୍ର ଛାତ୍ରୀ ଙ୍କୁ ସମସ୍ତ ସୁବିଧା ମିଳୁଛି କି ନାହିଁ ସଂପର୍କ ରେ ପଚାରି ବୁଝିଥିଲେ।ପରେ ସମ୍ନନ୍ନିତ ଆଦିବାସୀ ଉନ୍ନୟନ ବିଭାଗ ଦ୍ଵାରା ଚାଲିଥିବା ନିର୍ମାଣ କାର୍ଯ୍ୟ କୁ ତଦାରଖ କରିଥିଲେ ।ରୋଷେଇ ଘରେ ପଶି ସ୍ବଚ୍ଛତା ପରଖି ଥିଲେ ।ବିଦ୍ୟାଳୟ ର ଶିକ୍ଷକ ଓ କତୃପକ୍ଷ ଙ୍କ ଭେଟି ସମସ୍ୟା ସଂପର୍କ ରେ ପଚାରି ବୁଝିଥିଲେ । ପିଲା ଙ୍କ ଭୋଜନ କକ୍ଷ କୁ ଯାଇ ତଦାରଖ କରିଥିଲେ । ଏହି ଅବସରରେ ସମନ୍ୱିତ ଆଦିବାସୀ ଉନ୍ନୟନ ବିଭାଗ ପ୍ରକୋଳ୍ପ ପ୍ରଶାସକ ତ୍ରିନାଥ ମାଝୀ ଉପସ୍ଥିତ ରହିଥିଲେ ।ଛାତ୍ର ଛାତ୍ରୀ ଙ୍କ ରନ୍ଧନ ଖାଦ୍ୟ କୁ ନିଜେ ଖାଇ ତାର ମ।ନ ଜଂ।ଚ କରିଥିଲେ । ସହକାରୀ ଯନ୍ତ୍ରୀ ସୀତା କାନ୍ତ ସାହୁ ଏବଂ ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ

Leave A Reply

Your email address will not be published.