ପୌରାଧ୍ୟକ୍ଷା ଙ୍କ ଅଚାନକ ହାଇସ୍କୁଲ ପରିଦର୍ଶନ

ଫୁଲବାଣୀ -04/08
ଫୁଲବାଣୀ ମୁନିସିପାଲିଟି ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ମହାନ୍ତି ଆଜି ଗୁରୁବାର ଅଚାନକ ଏଜେଓ ହାଇସ୍କୁଲ ପରିଦର୍ଶନ ରେ ଯାଇ ସ୍ମାର୍ଟ କ୍ଲାସ ରୁମ, ଲାଇବ୍ରେରି, କଂପୁଟର ରୁମ, ଆଦି ବୁଲି ଦେଖିବା ସହ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଙ୍କ ସହ ସ୍କୁଲ ର ବିଭିନ୍ନ ସମସ୍ୟା ଓ ପାଠପଢା ଆଦି ସମ୍ପର୍କରେ ଆଲୋଚନା କରିଥିଲେ l
ଏଥିସହ ପିଲାଙ୍କ ସହ ମଧ୍ୟ ପାଠ ପଢ଼ା ନେଇ ଆଲୋଚନା କରିଥିଲେ l
ପୋୖରାଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଵାସହ ନିଷ୍ଠା ଓ ଆନ୍ତରିକତା ର ସହ ପାଠ ପଢ଼ିବା ଲାଗି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l

Leave A Reply

Your email address will not be published.