xmas

ଭୁକ୍ତା ମହାବିଦ୍ୟାଳୟ ର ୩୮ ତମ ପ୍ରତିଷ୍ଠା ଦିବସ।

ଅମ୍ବାଭୋନା ବ୍ଲକ ଭୁକ୍ତା ସ୍ଥିତ ୧୯୮୫ ରେ ସ୍ଥାପିତ ହୋଇଥିବା ମହାତ୍ମା ଗାନ୍ଧୀ ଜୁନିଅର ମହାବିଦ୍ୟାଳୟ ର ୩୮ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।ଏହି ଅବସରରେ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଧ୍ରୁବ ଚରଣ ସା ଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ପ୍ରଥମ ପର୍ଯ୍ୟାୟରେ ମହାବିଦ୍ୟାଳୟ ର ପରିସର ରେ ଥିବା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଦ୍ଵିତୀୟ ପର୍ଯ୍ୟାୟରେ ଦୀର୍ଘ 37 ବର୍ଷ ର ଗୌରବୋଜ୍ଵଳ ଯାତ୍ରା,ସ୍ଥାନୀୟ ଶିକ୍ଷ୍ୟାପ୍ରେମୀ, ଶିକ୍ଷ୍ୟାବିତ, ସାଧାରଣ ଜନତା କିଭଳି ଏ ଅଞ୍ଚଳ ରେ ମହାବିଦ୍ୟାଳୟ ଶିକ୍ଷ୍ୟା ର ଦୀପପ୍ରଜ୍ଵଳନ କରିଥିଲେ ସେ ବିଷୟରେ ରେ ଅଧକ୍ଷ ଶ୍ରୀ ସା ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।ପରେ ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଡ. ଜୟନ୍ତ ସାହୁ,ଅଧ୍ୟାପକ କିଶନ କୁମାର ଅଗ୍ରୱାଲ, ଅଧ୍ୟାପକ ସୁରେଶ ଭୋଇ,ଶ୍ରୀ ଆର ଏନ ଭୋଇ,ଶ୍ରୀ ଜୟନ୍ତ କୁମାର ବାରିକ ନିଜର ଅନୁଭୂତି ତଥା ପ୍ରତିଷ୍ଠା ଦିବସ ଉପରେ ନିଜର ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ଏକ ପ୍ରବନ୍ଧ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଜୟଶ୍ରୀ ସାହୁ,ଶୁଭଶ୍ରୀ ସାହୁ ,ପ୍ରୀତି ପାତ୍ର ଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ପ୍ରତିଷ୍ଠା ଦିବସ ର ସଭାକୁ ଅଧ୍ୟାପକ ପ୍ରଶାନ୍ତ ସାହୁ ସଭା କୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଜଗଦୀଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ମହାବିଦ୍ୟାଳୟ ଅଧ୍ୟାପିକା ଦମୟନ୍ତୀ ହୋତା, କଞ୍ଚାନ ଭୁଏ,ମିକି ସାହୁ,ଶୁଭେନ୍ଦୁ ପ୍ରକାଶ ସାହୁ,କୈଳାଶ ସେଠ,ବିଜୟ ପାଣ୍ଡେ ଏବଂ ସମସ୍ତ କର୍ମଚାରୀ ତଥା ଛାତ୍ର ଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave A Reply

Your email address will not be published.