xmas

ବର୍ଷା ଅଭାବ ଯୋଗୁ ଗାଇସିଲେଟ ରେ ମାଣ୍ଡିଆ ଚାଷ ବାଧାପ୍ରାପ୍ତ

ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ରେ ଅଭାବୀ ବର୍ଷା ପାଇଁ ମାଣ୍ଡିଆ ଚାଷ ବାଧାପ୍ରାପ୍ତ ହେବାରେ ଲାଗିଛି । ଓଡ଼ିଶା ମିଲେଟ ମିଶନ କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟ ସଂଗଠନ ଦେବଦତ୍ତ କ୍ଲବ୍ ଓ କୃଷି ବିଭାଗ ର ମିଳିତ ଉଦ୍ୟମ ରେ ଚଳିତ ବର୍ଷ ବ୍ଲକ ର ୧୬ ଟି ଗ୍ରାମପଞ୍ଚାୟତ ରେ ପ୍ରାୟ ୨୦୦ ହେକ୍ଟର ଜମି ରେ ମାଣ୍ଡିଆ , କୁଦୋ ୮୦ ହେକ୍ଟର, ୮ହେକ୍ଟର ଗୁର୍ଜି ଧାଡ଼ି ବୁଣା ହୋଇଥିବା ବେଳେ ୩୧୧ ହେକ୍ଟର ଜମି ରେ ୫୪୮ ଜଣ ଚାଷୀ ତଳି ଶଯ୍ୟା ପକାଇଛନ୍ତି । କିନ୍ତୁ ଚଳିତ ବର୍ଷ ସମୟାନୁସାରେ ବର୍ଷା ହୋଇନଥିବା ଯୋଗୁ ଏବଂ ପ୍ରବଳ ତାପମାତ୍ରା ପାଇଁ କିଛି ଚାଷୀ ବିଲ ରେ ଏ ପର୍ଯ୍ୟନ୍ତ ମାଣ୍ଡିଆ ଲଗାଇ ପାରିନାହାନ୍ତି । ଯେଉ ଚାଷୀମାନେ ମାଣ୍ଡିଆ ଲଗେଇ ସାରିଛନ୍ତି ତାହା ବର୍ତ୍ତମାନ ତଳିଶଯ୍ୟା ରେ ବିଭିନ୍ନ ରୋଗ ଲାଗିବା ସହ ବିଲ ରେ ଲାଗିଥିବା ମାଣ୍ଡିଆ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇ ସାରିଛି । ଯାହା ଫଳ ରେ ଚାଷୀ ମୁଣ୍ଡ ରେ ହାତ ଦେଇ ହତାଶ ହୋଇ ପଡ଼ିଛି । ସମସ୍ତ ମାଣ୍ଡିଆ ଚାଷୀ ଦେବଦତ୍ତ କ୍ଲବ୍ ରେ ଅଭିଯୋଗ କରିବା ପରେ ଆଜି ବ୍ଲକ ସଂଯୋଜକ ରୁଦ୍ର ସାହୁ ଏବଂ ଅନ୍ୟ କର୍ମକର୍ତ୍ତା ମାନେ ଗାଇସିଲେଟ ବ୍ଲକ ର ତାଲପାଲି, କାଟାବାହାଲ,ଜାମୁଟପାଲି,କନ୍ଦାଗାର୍ଡ, ଫିରଙ୍ଗିମାଲ ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଚାଷୀମାନଙ୍କ ସହ ଆଲୋଚନା କରି ପଞ୍ଚାୟତ ସ୍ତରୀୟ କୃଷି ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରି ଏହି ସମସ୍ୟା ର ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ । ଚାରା ରୋପଣ ର ଦିନ ଗଡିଯିବାରୁ ମାଣ୍ଡିଆ ଉତ୍ପାଦନ ରେ ପ୍ରଭାବ ପଡ଼ିବାର ତଥା ଉକ୍ତ ଜମି ପଡ଼ିଆ ପଡ଼ିବା ର ଆଶଙ୍କା ବଢ଼ି ଯାଇଛି । ଗତବର୍ଷ ମଧ୍ୟ ଏହି ବ୍ଲକ ରେ ନିମ୍ନ ବୃଷ୍ଟି ପାତ ଯୋଗୁ ୧୬୪ ହେକ୍ଟର ଜମି ରେ ମାଣ୍ଡିଆ ଚାଷ କ୍ଷତିଗ୍ରସ୍ତ ହୋଇଥିଲା । କ୍ରମାଗତ ୨ବର୍ଷ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କାରଣରୁ ମାଣ୍ଡିଆ ଚାଷ କରୁଥିବା ଚାଷୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।

Leave A Reply

Your email address will not be published.