xmas

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ।

ଏଆଇସିସି ଓ ପ୍ରଦେଶ କଂଗ୍ରେସ ସଭାପତି ଙ୍କ ଆହ୍ବାନ କ୍ରମେ ଆଜି ବାରିପଦା ସଦର ମହକୁମାଠାରେ ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ, ଖାଇବା ତେଲ ଓ ନିତ୍ୟ ବ୍ୟବହୃତ ଜିନିଷର ଅତ୍ୟଧିକ ମୂଲ୍ୟବୃଦ୍ଧି, ନିଯୁକ୍ତି ନାହିଁ ବେକାରୀ ସମସ୍ୟା ର ଉତ୍କଟ ବୃଦ୍ଧି, ଆଇନ ଶୃଙ୍ଖଳାର ଘୋର ଅବନତି ଓ ବିରୋଧୀ ଦଳ ଙ୍କ ପ୍ରତି ଆକ୍ରୋଶ ଓ ଦମନ ମୂଳକ ରାଜନୀତି ଚାଲିଥିବା ବିରୁଦ୍ଧରେ ପ୍ରତିବାଦ ସଭା ଓ ଧାରଣା ଦିଆଯାଇଥିଲା। ଗ୍ୟାସ ସିଲିଣ୍ଡର ଓ ମୁଢ଼ି ବସ୍ତା ରାସ୍ତା ଉପରେ ରଖି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବାରିପଦା ଟ୍ରାଫିକ ଛକ ଠାରେ ଏହି ଧାରଣା ଦିଆଯାଇଥିଲା। ମୁଢ଼ି, ଚୁଡ଼ା ଗୁଡ଼,ଚୂନା,ପେନସିଲ,ମାଛ,ମହୁ ଉପରେ ଜିଏସଟି ଲାଗୁର ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି କାର୍ଯ୍ୟ କରୁଥିବାରୁ ସଭାରେ ଉଦବେଗ ପ୍ରକାଶ ପାଇଥିଲା। ସଂବିଧାନ କୁ ନ ମାନି ମନମାନୀ କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ଏବଂ ଜିଲ୍ଲାପାଳ ଙ୍କ ଅଫିସ ଆଡ଼କୁ ରାଲି ବାହାରିବା ବେଳେ ପୋଲିସ ପାଖାପାଖି ୧୫୦ ରୁ ଉର୍ଦ୍ଧ୍ବ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଗିରଫ କରିଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ହେମନ୍ତ ଦାସ ଅଧ୍ୟକ୍ଷତା କରିଥିଲା ବେଳେ ପିସିସି ପର୍ଯ୍ୟବେକ୍ଷକ ପୂର୍ବତନ ବିଧାୟକ ଶ୍ରୀ ଅକ୍ଷୟ ଆଚାର୍ଯ୍ୟ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଏମପି ଶୁଶ୍ରୀ ଶୁଶିଳା ତିରିଆ, ବରିଷ୍ଠ ନେତା ବିଜନ ଦାସ, ଅଶୋକ ଅଧିକାରୀ, ଜ୍ୟୋତି ପ୍ରକାଶ ରଥ, ଅଜୟ ମହାପାତ୍ର, ଦୁର୍ଗା ଟୁଡୁ, ଅରବିନ୍ଦ ଦାସ, ଯୋଗେଶ ଅଗ୍ରୱାଲ,ନିରୋଜ ଲୋଚନ ଦାସ, ଟାଉନ କଂଗ୍ରେସ ସଭାପତି ଶ୍ରୀ ଶାନ୍ତନୁ ପାଲ, ମହିଳା ସଭାନେତ୍ରୀ ସୁସ୍ମିତା ଘୋସାଲ,ଓବିସି ସେଲ୍ ସଭାପତି ଦିଲ୍ଲୀପ ନାଏକ, ଛାତ୍ର ସଭାପତି ମୋତି ପ୍ରକାଶ ଦାସ, ମାଇନରିଟି ସେଲ୍ ର ଅଧ୍ୟକ୍ଷ ଶେକ୍ ରଖିମ, ଦୀପକ ଦାସ, ନାରାୟଣ ପଟ୍ଟନାୟକ,ଏସ କେ ମୁସ୍ତଫା,ଜିତ ରାୟ ବେହେରା, ହାଡିବନ୍ଧୁ ବେହେରା,ସ୍ବାଗନ ଦାସ, ଶିବାନନ୍ଦ ଦାସ, ରତନ ଲାଲ ଶର୍ମା, ତାରାକାନ୍ତ ବେହେରା,ନିର୍ମଳ ପ୍ରଧାନ, ହରି ଶଙ୍କର ଦାସ, କାଳିଚରଣ ଧୀର, ଭିକି ସାମଲ,ଆରବ ପଣ୍ଡା, ଛୋଟୁରାମ ବିନ୍ଧାଣି, ରାଜ୍ୟ ମହିଳା ସଂପାଦିକା ସୁନନ୍ଦା ସାହୁ, ସୁନିତା ସାହୁ, ଇତିଶ୍ରୀ ମିଶ୍ର, ଶୁଭସ୍ମିତା ଦାସ, ରଶ୍ମିତା ମିଶ୍ର,ଇନ୍ଦୁମତି ମହାନ୍ତି,ଇନ୍ଦୁମତି ନାଏକ, ସଂଜିବ ମହାନ୍ତି, ଶାନ୍ତିଲତା ବେହେରା, ଅରୁଣ ସାହାଣୀ, କାର୍ତ୍ତିକ ମହାନ୍ତ ,ଲାଲ ମୋହନ ସିଂ, ଦେବେନ୍ଦ୍ର ସିଂ,ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.