xmas

ଜାତୀୟ କୃମି ନାଶକ ଦିବସ ପାଇଁ ତାଲିମ ଶିବିର

ବରଗଡ:-ବରଗଡ଼ ଜିଲ୍ଲା ଅଧିନସ୍ଥ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥିତ ସଭାଗୃହ ଠାରେ ଜାତୀୟ କୃମି ନାଶକ ଦିବସ ଅବସରରେ ପର୍ଯ୍ୟାୟ କ୍ରମେ ମହିଳା ସ୍ବାସ୍ଥ୍ୟକର୍ମୀ,ସମ୍ମନିତ ଶିଶୁ ବିକାଶ ବିଭାଗୀୟ ସୁପରଭାଇଜର ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ଜାତୀୟ କୃମି ନାଶକ ଦିବସ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ମେଡିକାଲ ଅଫିସର ଡାକ୍ତର ସୁଶାନ୍ତ ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ସମୁଦାୟ ତିନୋଟି ପର୍ଯ୍ୟାୟରେ କାର୍ଯ୍ୟରତ ଜନସ୍ବାସ୍ଥ୍ୟ ଅଧିକାରୀ ଶ୍ରୀମାନ ସୁଦାମ ଚରଣ ପାଣିଗ୍ରାହୀ କୃମି ନାଶକ ତାତ୍ପର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହ ଆସନ୍ତା ଅଗଷ୍ଟ ୧୨ ତାରିଖ ଦିନ ଠାରୁ ୧ ରୁ ୧୯ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁ ତଥା ହିତାଧିକାରୀ ମାନଙ୍କୁ ଏକକାଳୀନ ଭାବରେ କୃମି ନାଶକ ଓୈାଷଧ (ଆଲବେଣ୍ଡାଜଲ)ଖୁଆଇ କୃମି ନାଶକ ଦିବସ ପାଳନ କରାଯିବ ଏବଂ ଅଗଷ୍ଟ ୧୯ ତାରିଖ ରେ ବଳକା ଅନୁପସ୍ଥିତ ହିତାଧିକାରୀ ମାନଙ୍କୁ କୃମି ନାଶକ ଓୈାଷଧ ଖୁଆଇ କାର୍ଯ୍ୟକ୍ରମ କୁ ସଫଳ ଋପାୟନ ରେ ପହଞ୍ଚାଇ ବାକୁ ଲକ୍ଷ୍ୟ ରଖାଯାଇଛି। ଏହିକ୍ରମରେ ଡାକ୍ତର ମେହେର କାର୍ଯ୍ୟକ୍ରମ ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଉପରେ ବିଶଦ ଭାବେ ଆଲୋକପାତ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମାନ ସୁରେଶ କୁମାର ରାଉତରାୟ ସମସ୍ତ କାର୍ଯ୍ୟ ସୁପରିଚାଳନା ଏବଂ ସହଭାଗିତା ପାଇଁ ଆହ୍ୱାନ କରିଥିଲେ। ଏପରିପେକ୍ଷୀରେ ଏବିଇଓ ସୁଶାନ୍ତ ପାଣ୍ଡେ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସୁପରଭାଇଜର କୁନା ମେହେର,ଏବିଇଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ଏଟିଏସ ଦେବାଶିଷ ଦେବତା ପ୍ରମୁଖ ଉପସ୍ଥିତ ଥିବାବେଳେ, ବିପିଏମ ଶ୍ରୀମାନ ସୁବାଷ ନନ୍ଦ କାର୍ଯ୍ୟକ୍ରମ ର ସୁପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.