xmas

ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ନାଆଁରେ ଯୌନ ନିର୍ଯାତନା ଅଭିଯୋଗ: ଜିଲ୍ଲାପାଳଙ୍କ ପଚରାଉଚରା

ବଲାଙ୍ଗିର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ । ଯୌନ ନିର୍ଯାତନା ଓ ଅଶାଳୀନ ବ୍ୟବହାର ଅଭିଯୋଗ ଆଣିଲେ ଅଧସ୍ତନ ମହିଳା ଏସିଏସଓ କର୍ମଚାରୀ । ମହିଳା କର୍ମଚାରୀ ଜଣଙ୍କ ପୌରପରିଷଦରେ ଏସିଏସଓ ଭାବେ କାର୍ଯ୍ୟରତ ଅଛନ୍ତି । ଏନେଇ ସେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଦାୟିତ୍ୱ ନେବା ଦିନ ଠାରୁ ମହିଳା କର୍ମଚାରୀଙ୍କୁ ଅଶାଳୀନ ବ୍ୟବହାର ଓ ଯୌନ ନିର୍ଯାତନା କରିଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ଗତକାଲି ମୁଖ୍ୟ ଯୋଗାଣ ଅଧିକାରୀ ମିର ରାଜା ଅଲ୍ଲି ଅଧିକ ନିର୍ଯାତନା ଦେବାରୁ ଅଫିସରେ ହୋହଲ୍ଲା ହୋଇଥିଲା । ଏନେଇ ଜିଲ୍ଲାପାଳଙ୍କ ଅଫିସ ଯାଇ ଲିଖିତ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନନେଲେ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି ସମ୍ପୃକ୍ତ ମହିଳା କର୍ମଚାରୀ । ଅନ୍ୟପଟେ ଅଭିଯୋଗକୁ ଭିତିହିନ ବୋଲି କହିଛନ୍ତି ମୁଖ୍ୟ ଯୋଗାଣ ଅଧିକାରୀ ମିର ରାଜା ଅଲ୍ଲି ।

Leave A Reply

Your email address will not be published.