xmas

୨୦ ବର୍ଷରୁ କମ୍‌ ସାଫ୍‌ ଫୁଟବଲ : ଟାଇଟଲ ବଜାୟ ରଖିଲା ଭାରତ

ଭୁବନେଶ୍ବର : ଭାରତ ୨୦ ବର୍ଷରୁ କମ୍‌ ସାଫ୍‌ ପୁରୁଷ ଫୁଟବଲ ଚମ୍ପିଆନସିପ୍‌ ଟାଇଟଲ ବଜାୟ ରଖିଛି। କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ପ୍ରତିଯୋଗିତାର ଶୁକ୍ରବାର ଫାଇନାଲ ମ୍ୟାଚ​‌ ଖେଳାଯାଇଥିଲା। ଏଥିରେ ଗୁରୁକିତ୍‌ ସିଂହଙ୍କ ହ୍ୟାଟ୍ରିକ୍‌ ସହ ୪ଟି ଗୋଲ ଭାରତ ୫-୨ ଗୋଲ​‌େ​‌ର ବାଂଲାଦେଶକୁ ପରାସ୍ତ କରି କ୍ରମାଗତ ଦ୍ବିତୀୟ ଥର ପାଇଁ ଚମ୍ପିଆନ ହୋଇଛି। ଏଥି ସହିତ ଭାରତ ୨୦ ବର୍ଷରୁ କମ୍‌ ଏଏଫ୍‌ସି ଫୁଟବଲ ଚମ୍ପିଆନସିପ୍‌ରେ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଖେଳର ୨ ମିନିଟ୍‌ରେ ଭାରତ ପକ୍ଷରୁ ଗୁର୍‌କିତ୍‌ ସିଂହ ପ୍ରଥମ ଗୋଲ ଦେଇଥିଲେ। ୪୫ ମିନିଟ୍‌ରେ ବାଂଲାଦେଶ ପକ୍ଷରୁ ରାଜନ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲେ। ୪୮ ମିନିଟ୍‌ରେ ବାଂଲାଦେଶ ପକ୍ଷରୁ ସାହିନ୍‌ ବାଂଲାଦେଶ ପକ୍ଷରୁ ଦ୍ବିତୀୟ ଗୋଲ ଦେଇଥିଲେ। ୬୦ ମିନିଟ୍‌ରେ ଭାରତ ପକ୍ଷରୁ ଗୁର୍‌କିତ୍‌ ଦ୍ବିତୀୟ ଗୋଲ ଦେଇ ମ୍ୟାଚକୁ ୨-୨ ବରାବର କରିଥିଲେ। ନିର୍ଦ୍ଧାରିତ ସମୟ ଖେଳ ୨-୨ ଗୋଲ ବରାବରରେ ଶେଷ ହୋଇଥିଲା। ଗୋଲ ବରାବର ରହିବାରୁ ଅତିରିକ୍ତ ସମୟ ମ୍ୟାଚ ଖେଳାଯାଇଥିଲା। ଅତିରିକ୍ତ ସମୟର ପ୍ରଥମାର୍ଦ୍ଧର ୧୫ ମିନିଟ୍‌ରେ ଭାରତ ୩ଟି ଗୋଲ ଦେଇ ବିଜୟକୁ ନିଶ୍ଚିତ କରିଥିଲା। ଭାରତ ପକ୍ଷରୁ ହିମାଂଶୁ ଜାଗ୍‌ରା ୯୨ ମିନିଟ୍‌ରେ ୩ୟ ଗୋଲ ଦେଇଥିବାବେଳେ ଗୁର୍‌କିତ୍‌ ୯୩ ଓ ୯୯ ମିନିଟ୍‌ରେ ୪ର୍ଥ ଓ ୫ମ ଗୋଲ ଦେଇଥିଲେ।ଖେଳ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଡିଆ ଭିତରେ ଦୁଇ ଦଳର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖେଳ ମଧ୍ୟ ଦେଖିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ସମ୍ପାଦକ ଆଶୀର୍ବାଦ ବେହେରା , ବିଧାୟକ ଭୁପିନ୍ଦର ସିଂହ , ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ଆର୍‌ ଭିନିଲ କ୍ରିଷ୍ଣା ପ୍ରମୁଖ ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ। ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ, ସର୍ବଭାରତୀୟ ଫୁଟବଲ ମହାସଂଘ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡ଼ିୟମରେ ଉକ୍ତ ପ୍ରତିଯୋଗିତା ଜୁଲାଇ ୨୫ରୁ ଚାଲିଥିଲା।

Leave A Reply

Your email address will not be published.