xmas

ନିର୍ମାଣ ହେଲା ସଡ଼କ ସୁରକ୍ଷା ସଚେତନତା ମୂଳକ କ୍ଷୁଦ୍ର ଚଳଚିତ୍ର ତୁ ସୁଣିବୁନି

ମାଲକାନଗିରି ଜିଲ୍ଲା ର କିଛି ଯୁବ ଗୋଷ୍ଠୀ ମିଶି ପୁଣି ଏକ ସଚେତନା ମୂଳକ କ୍ଷୁଦ୍ର ଚଳଚିତ୍ର ତିଆରି କରି ଗୌରବ ଆଣିଛନ୍ତି । ଆଜିର ଆଧୁନିକ ଯୁଗରେ ସମସ୍ତେ ବ୍ୟସ୍ତ ବହୁଳ ଜୀବନ କାଟୁଛନ୍ତି, କିନ୍ତୁ ଛୋଟିଆ ଛୋଟିଆ ଭୁଲ କରି ଟ୍ରାଫିକ ନିୟମ ନ ମାନି ବେପରୁଆ ଭାବରେ ଗାଡି ଚାଳନା କରିଲେ ଏବଂ ଟ୍ରାଫିକ ନିୟମ ନ ମାନିଲେ କିପରି ଭୟାବହ ବିଷମ ପରିସ୍ଥିତି ସୃଷ୍ଟି ହୋଇଥାଏ, ସେ ସମ୍ପର୍କରେ ଏକ ସଚେତନ ଧର୍ମୀ କ୍ଷୁଦ୍ର ଟେଲିଫିଲ୍ମ ” ତୁ ଶୁଣିବୁନି ” ନିର୍ମାଣ କରିଛନ୍ତି । ଏହି ଫିଲ୍ମ ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସର୍ବ ଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଛି । ସ୍ଥାନୀୟ ସଦର ମହକୁମା ରେ ଅବସ୍ଥିତ ଥିବା ଆଓମା ଗୁରୁକୂଳ ଠାରେ ଏହାର ପ୍ରିମିୟର୍ ସୋ ଅବସରରେ ମାଲକାନଗିରି ର ମାନ୍ୟବର ପୂର୍ବତନ ବିଧାୟକ ମାନସ ମାଡକାମି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବାଳମୂକୁନ୍ଦ ଭୂୟାଁ , ପୌରାଧକ୍ଷ୍ୟ ମନୋଜ ବାରିକ, ବରିଷ୍ଠ କଂଗ୍ରେସ ନେତା ଜି ଶ୍ରୀନିବାସ ରାଓ ଏବଂ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଜଗନ୍ନାଥ ମାଝି ଙ୍କ ସମେତ କ୍ଷୁଦ୍ର ଚଳଚିତ୍ର ନିର୍ମାଣ କାରୀ ସଂସ୍ଥାର ସମସ୍ତ ସଦସ୍ୟ ଏବଂ କଳାକାରଙ୍କ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଏହି ସୁନ୍ଦର କାର୍ଯ୍ୟକ୍ରମ କୁ ସହଯୋଗ କରିଥିବା ପାଈଁ ମାଲକାନଗିରି ଜିଲ୍ଲାପ୍ରଶାସନ, ପୋଲିସ୍ ପ୍ରଶାସନ ଏବଂ ସମସ୍ତ ଜନତାଙ୍କୁ ବିନାଶ କୁମାର ମିଶ୍ର ଏବଂ ବାଲାରାଜୁ ପବନ ଧନ୍ୟବାଦ ଜଣାଇଛନ୍ତି । ଏହି ସଚେତନତା ବାର୍ତ୍ତା କ୍ଷୁଦ୍ର ଚଳଚ୍ଚିତ୍ର ରେ ବିନାଶ ମିଶ୍ର, ବାଲ। ରାଜୁ ଏବଂ ମାଲକାନଗିରି ଥାନା ଅଧିକାରୀ ରିଗ।ନ କିଣ୍ଡୋ ଅତି ନିଖୁଣ ଭାବରେ ଅଭିନୟ କରିଥିଲେ ।ଯାହାକି ସମାଜରେ ପ୍ରଶଂସନୀୟ ହେବା ସହ ଲୋକଙ୍କ ମନ ଜିତିପ।ରିଛନ୍ତି ।

Leave A Reply

Your email address will not be published.