xmas

ଗଛରେ ପିଟି ହେଲା କାର; ପ୍ରଧାନଶିକ୍ଷକଙ୍କ ମୃତ୍ୟୁ,ଅନ୍ୟ ଜଣେ ଗୁରୁତର


ଫୁଲବାଣୀ 07/08: କନ୍ଧମାଳ ଜିଲ୍ଲା,ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ତଲାରୀମାହା ପଞ୍ଚାୟତ ର ଭଞ୍ଜପଦର ଠାରେ ଜାତୀୟ ରାଜପଥରେ ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଆଜି ଏକ ଧଳା ରଙ୍ଗର ମାରୁତି ଅଲଟୋ ୮୦୦ କାର ନମ୍ବର ଓଡ଼ି ୧୨ ବି ୨୯୦୩ ଫୁଲବାଣୀରୁ ଘୁ.ଉଦୟଗିରି ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଏକ ଆମ୍ବ ଗଛରେ ପିଟି ହୋଇଯିବା ଫଳରେ କାରରେ ବସିଥିବା ପ୍ରଧାନ ଶିକ୍ଷକ ନାରାୟଣ ସାହୁଙ୍କ( ୫୨ )ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଶିକ୍ଷକ ଶାନ୍ତନୁ ଆଚାର୍ଯ୍ୟ ଗୁରୁତର ହୋଇପଡ଼ିଥିଲେ l ଖବର ପାଇ ଟିମ ହ୍ଵମାନିଟି କନ୍ଧମାଳ ଟିକାବାଲି ଶାଖା ର ସଭ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ସହାୟତା ରେ ଦୁହିଁଙ୍କୁ ଉଦ୍ଧାର କରି ଟିକାବାଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।ଡାକ୍ତରସେଠାରେ ନାରାୟଣ ସାହୁଙ୍କୁ ମୃତ ଘୋଷଣା କରିଥିବା ବେଳେଅନ୍ୟ ଗୁରୁତର ଆହତଙ୍କୁ ଫୁଲବାଣୀ ସ୍ଥାନାନ୍ତର କରିଥିଲେ।ମୃତ ନାରାୟଣ ସାହୁଙ୍କ ଘର ଘୁ.ଉଦୟଗିରି ସହରରେ।ସେ ଟିକାବାଲି ବ୍ଲକ ଅନ୍ତର୍ଗତ ଗଦଗୁଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ।ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଜି. ଉଦୟଗିରି ଓ ଗଦଗୁଡା ଅଂଚଳ ରେ ଶୋକର ଛାୟା ଖେଳିଯାଇଛି।ମୃତ ପ୍ରଧାନ ଶିକ୍ଷକ ସାହୁ ଜଣେ ସଚୋଟ, ଛାତ୍ର ବତ୍ସଳ ଶିକ୍ଷକ ସହ ଜଣେ ପରୋପକାରୀ ବ୍ୟକ୍ତି ଭବେ ସାରା ଅଞ୍ଚଳରେ ପରିଚିତ ଥିଲେ lତାଙ୍କ ମୃତ୍ୟୁକୁ ଅଞ୍ଚଳ ବାସୀ ସହଜରେ ଗ୍ରହଣ କରିପାରିନାହାନ୍ତି।ତାଙ୍କ ସ୍ତ୍ରୀ ଜଣେ ଶିକ୍ଷୟତ୍ରୀ ହୋଇଥିବା ବେଳେ ତାଙ୍କର ଏକ ମାତ୍ର ଝିଅ ଫୁଲବାଣୀ ନବୋଦୟ ବିଦ୍ୟାଳୟରେ ପାଠ ପଢୁଥିବା ବେଳେ ଆଜି ଝିଅକୁ ଦେଖି ଫେରୁଥିବା ସମୟରେ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.