କୋଟପାଡ:- କୋଟପାଡ ମଲ୍ଲିକ ରେସିଡେନ୍ସ ଠାରେ କୋଟପାଡ଼ ଔଷଧ ସଂଘର ୨୨ଟି ଦୋକାନୀକୁ ନେଇ ଏକ ବିତରକ ଅନୁଷ୍ଠିତ ହୋଇଛି। ଏଇ ଶିବିରରେ କୋଟପାଡ଼,ଚାନ୍ଦିଲି,ଶୋଶାହାଣ୍ଡିର ଔଷଧ ବିତରକ ଉପସ୍ଥିତ ଥିଲେ। ଏହି ବୈଠକରେ ଶ୍ରୀ ଉମେଶ ମଲ୍ଲିକଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ହେଲା ରକ୍ତଦାନ ଶିବିର, ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ଗରିବଙ୍କୁ ସାହାଯ୍ୟ କରିବା ଏହାର ମୂଳ ଲକ୍ଷ ବୋଲି ସଭାପତି ବିବୃତି କହିଛନ୍ତି। ଏହି ସଭାକୁ କୋରାପୁଟ ଜିଲ୍ଲା ଔଷଧ ବିତରକ ସଂଘ ସଂପାଦକ କାଳୀ ପଟ୍ଟନାୟକ ପୌରହିତ୍ୟ କରିଥିବା ବେଳେ ଏହି ନିର୍ବାଚନୀ ସଭାକୁ ପ୍ରଦୀପ କୁମାର ମହାପାତ୍ର ଓ ନବୀନ ବାବୁ ପରିଚାଳନା କରିଥିଲେ। ଏହି ସଭାରେ ଔଷଧ ବିତରକ କାଳିଆ ସାମଲ,ରାଜେଶ ପଟ୍ଟନାୟକ,ବିଜୟ ପ୍ରମୁଖ ଉପସ୍ଥିତ ଥିଲେ।
