କୋଟପାଡ:- କୋଟପାଡ ମିରଗାନ ସାହିରେ ଆଜି ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି। ଏଥିରେ ରାଷ୍ଟ୍ରପତି ପଦକ ବିଜେତା ଭାକୁର ମହନ୍ତ,ପଦ୍ମଶ୍ରୀ ପଦକ ବିଜେତା ଗୋବର୍ଦ୍ଧନ ପନିକା, ବିଦ୍ୟା ମହନ୍ତ, ଥବିର୍ ସୋମରଥ, ଜିତୁ ମହନ୍ତ, ରାଜୁ ମହନ୍ତ, ରାଜା ମହନ୍ତ ,ପ୍ରହଲ୍ଲାଦ ମହନ୍ତ ଓ ବହୁ ବୁଣାକାର ଭାଇ ଭଉଣୀ ଯୋଗ ଦେଇଥିଲେ। ଏହି ସଭାରେ ବୁଣାକାର ମାନେ ସରକାରଙ୍କ ବିଫଳତାକୁ ପ୍ରକାଶ କରିଥିଲେ। କରୋନା ସମୟ ରେ ବୁଣାକାର ମାନେ ଏତେ ଅସୁବିଧା ଥିବା ସତ୍ବେ କିଛି ବି ସରକାର ସୁବିଧା ନ ପାଇବାରୁ ସରକାରଙ୍କୁ ଭର୍ଚନା କରିଥିଲେ। ମାନ୍ୟବର ମନ୍ତ୍ରୀ ୩ ବର୍ଷ ମନ୍ତ୍ରୀ ଥିବା ସତ୍ବେ ଏହି ବୁଣାକାରଙ୍କ ଦୁଃଖ ନବୁଝିବାରୁ ସମସ୍ତେ ଦୁଃଖ ପ୍ରକାଶ କରିଥିଲେ। କରୋନା ଠାରୁ ବହୁ ଯୁବ ବୁଣାକାର ଅର୍ଥ ଅଭାବରୁ ନିଜର କୌଳିକ ବୃତ୍ତି ହରାଇ ଶ୍ରମ କରିବା ପାଇଁ ନିଜ ପରିବାର ପୋଷିବା ପାଇଁ କେରଳ, ହାଇଦ୍ରାବାଦ ସହରକୁ ଚାଲିଯାଇଛନ୍ତି। ଆଗାମୀ ୨୦୨୪ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିପାରିବେ ବୋଲି ବୁଣାକାର ମାନେ ମତ ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post