xmas

ଲାଇଫ ଷ୍ଟାଇଲ୍ ଟିପ୍ସ : ସୁସ୍ଥ ରହିବା ପାଇଁ ମାତ୍ର ଏତିକି ମଦ୍ୟପାନ କରିବା ଉଚିତ

ଲିଭର ଆମ ଶରୀରର ମହତ୍ଵପୁର୍ଣ ଅଙ୍ଗ l ସୁସ୍ଥ ରହିବା ପାଇଁ ଲିଭର କୁ ସୁସ୍ଥ ରଖିବା ସବୁଠୁ ଜରୁରୀ l ଲିଭର ବିନା କୌଣସି ବ୍ୟକ୍ତି ଜୀବନ୍ତ ରହିବେ ନାହିଁ l ସମ୍ପୂର୍ଣ ଶରୀର କୁ ସୁସ୍ଥ ରଖିବା ପାଇଁ ଲିଭର ର ମୁଖ୍ୟ ଭୂମିକା ଅଟେ l ଆଜିକାଲିର ଯୁବପିଢ଼ି ଙ୍କ ଲାଇଫ ଷ୍ଟାଇଲ୍ ରେ ମଦ ର ମୁଖ୍ୟ ଭୂମିକା ରହିଛି l ଏବେ ଅଧିକ ରୁ ଅଧିକ ଲୋକ ଆଲକୋହଲ ସେବନ କରୁଛନ୍ତି l ଅଧିକ ମାତ୍ରା ରେ ଆଲକୋହଲ ସେବନ ଶରୀର ପକ୍ଷରେ କ୍ଷତିକାରକ ହୋଇଥାଏ l

ମଦ ଯୋଗୁଁ ଲିଭର ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ l ଏହାଦ୍ୱାରା ଲିଭର ରେ ସଂକ୍ରମଣ କିମ୍ବା ଲିଭର ଫେଲ ହେବାର ବିପଦ ରହିଥାଏ l ଅଧିକ ମଦ ସେବନ କରିବା ଦ୍ୱାରା ଲିଭର ରେ ସ୍କ୍ରାଚ ହୋଇଯାଏ, ଯାହାକି ଲିଭର ଷୋରିଆସିସ ସମସ୍ୟା ହୋଇଥାଏ l ଯଦି ଆପଣ ସୀମିତ ମାତ୍ରା ରେ ମଦ ସେବନ କରନ୍ତୁ , ତେଣୁ ମଦ ପିଇବା ପୂର୍ବରୁ ଆପଣ ଜାଣି ରଖିବା ଉଚିତ କେତେ ମାତ୍ରାରେ ଆପଣ ସେବନ କରିବେ l ଯାହାଦ୍ୱାରା ଲିଭର ର କ୍ଷତି ହେବନାହିଁ l

କେତେ ମାତ୍ରା ରେ ମଦ ପିଇବା ଉଚିତ –
– ଡ୍ରିଙ୍କବେୟାର ଅନୁସାରେ ୯୦ ପ୍ରତିଶତ ମଦ ପିଉଥିବା ଲୋକ ଫ୍ୟାଟି ଲିଭର ସମସ୍ୟାରେ ସମୁଖୀନ ହୋଇ ଥାଆନ୍ତି l ଯେଉଁ ମାନେକି ପ୍ରତିଦିନ ୪ ୟୁନିଟ ରୁ ଅଧିକ ମଦ ସେବନ କରିଥାଆନ୍ତି l

– ଲିଭର ରିଜେନେରେଟ ହୋଇ ପାରିବ କିନ୍ତୁ ଅଧିକାଂଶ ସମୟରେ ଆଲକୋହଲ କୁ ଫିଲ୍ଟର କରିବା ସମୟରେ ଲିଭର ର କିଛି ସେଲସ ନଷ୍ଟ ହୋଇଯାଏ l ଯାହା ଦ୍ୱାରା ଲିଭର ଠିକ ଭାବରେ କାର୍ଯ୍ୟ କରିନଥାଏ l ଯଦି ଜଣେ ବ୍ୟକ୍ତି ମଦ ଛାଡ଼ିଦେବ ତେବେ ଯାଇ ଲିଭର ଅବସ୍ଥା ସୁଧୁରି ଯିବ l

– ପୁରୁଷ ମାନଙ୍କ ତୁଳନାରେ ଯଦି ମହିଳାମାନେ ମଦ୍ୟପାନ କରୁଥିବେ ତେବେ ଏହା ସେମାନଙ୍କ ପାଇଁ ଅଧିକ କ୍ଷତିକାରକ ହୋଇଥାଏ l କାରଣ ମଦ ମହିଳା ମାନଙ୍କର ଲିଭର ସମ୍ବନ୍ଧିତ ସମସ୍ୟା ବୃଦ୍ଧି କରିବା ସହିତ ହେପାଟାଇଟିସ ଦ୍ୱାରା ମଧ୍ୟ ଆକ୍ରାନ୍ତ କରାଇ ଥାଏ l

– ଯଦି ଆପଣ ଡ୍ରିଂକ୍ସ କରୁଛନ୍ତି ତେବେ ମଝିରେ ମଝିରେ ଲିଭର ଟେଷ୍ଟ ନିହାତି କରିବା ଜରୁରୀ l ଲିଭର ଟେଷ୍ଟ ପାଇଁ ଆପଣ CBC , ଲିଭର ଫଙ୍କସନ ଟେଷ୍ଟ ଯେଉଁଥିରେ ଲିଭର ଏଞ୍ଜାଇମ ଟେଷ୍ଟ ସାମିଲ ଅଛି ଓ ଗୋଟିଏ ସିଟି ସ୍କାନ କରାଇବା ନିହାତି ଜରୁରୀ l

Leave A Reply

Your email address will not be published.