ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଓ ଜରିମାନା

ଫୁଲବାଣୀ 08/08 ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦ୍ୱାରା ଜଜ ସୋମବାର ନାବାଳିକା ଅପହରଣ ଓ ଦୁସ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ଜି. ଉଦୟଗିରି ଥାନା ଅନ୍ତର୍ଗତ ଜିତେନ୍ଦ୍ର କୁମାର ଦିଗଲ ଛୟାଳୀଶ ବର୍ଷ କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ସୁଚନା ଅନୁଯାୟୀ ଗତ ଏପ୍ରିଲ ଚାରି ତାରିଖ ରେ ୨୦୧୯ ରେ ପୀଡିତା ଏକାକୀ ଘରେ ଥିବା ବେଳେ ଜିତେନ୍ଦ୍ର ଘରକୁ ଯାଇ ରୁଟି ଖାଇବାକୁ ଦେଇଥିଲା । ଆଉ ରୁଟି ଖାଇବାପରେ ପୀଡିତାର ମୁଣ୍ଡକଣ ହେବାରୁ ସେ ସୋଇପଡ଼ିଥିଲା । ଏହାର ସୁଯୋଗରେ ଅଭିଯୁକ୍ତ ଜିତେନ୍ଦ୍ର ପୀଡ଼ିତାକୁ ନିକଟସ୍ତ ଗାଁ ମଶାଣି କୁ ନେଇ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘର ଲୋକେ ବହୁତ ଖୋଜାଖୋଜି ପରେ ମଶାଣି ନିକଟରୁ ପୀଡିତାକୁ ଉଦ୍ଧାର କରିଥିଲେ । ପରେ ଏନେଇ ପୀଡିତାର ଭାଇ ଜି. ଉଦୟଗିରି ଥାନାରେ ଏତେଲା ଦେଇଥିଲେ । ଜି. ଉଦୟଗିରି ପୋଲିସ ଏ ନେଇ 52/21/04/2019ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଥଲା । ଆଜି ସୋମବାର ଵିଚାରପତି ସେହି ମାମଲାର ବିଚାର କରି ଉପରୋକ୍ତ ରାୟ ଶୁଣାଇଛନ୍ତି।

Leave A Reply

Your email address will not be published.