ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ମାଲକାନଗିରି,୮/୮: ମାଲକାନଗିରି ସ୍ଥିତ ଇନଣ୍ଡୋର ଷ୍ଟେଡିୟମ ଠାରେ ଗତ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ ଉପସ୍ଥିତ ରହିଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ବିଧାୟକ ମାନସ ମାଡକାମୀ ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୩୧ ଟି ଟିମ ଭାଗ ନେଇଥିବା ବେଳେ ଫାଇନାଲରେ ଦୁଇଟି ବର୍ଗ ମଧ୍ୟରେ ପ୍ରିତଯୋଗିତା ହୋଇଥିଲା।ଗୋଟିଏ ଭେଟେରାନ ଏବଂ ଅନ୍ୟଟି ଅପେନ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଭେଟେରାନ ବର୍ଗରେ ଫାଇନାଲରେ ସୁରଜିତ ସାହା ଓ ମନରଂଜନ ପାଣିଗ୍ରାହୀ ତାଂକ ପ୍ରତିଦ୍ବନ୍ଦୀ ପ୍ରଦୀପ କୁମାର ଗୌଡ ଓ ସଂତୋଷ କୁମାର ବେହେରାଙ୍କୁ ପରାଜିତ କରିଥିଲେ।ସେହିପରି ଅପେନ ବର୍ଗରେ ଫାଇନାଲରେ ଦିନେଶ ହାଲଵା ଓ ବି.ରବୀ କୁମାର ତାଂକର ନିକଟତମ ପ୍ରତିଦ୍ବନ୍ଦୀ କେ.କିରଣ ଓ ପଙ୍କଜ ନାୟକଙ୍କୁ ପରାସ୍ତ କରିଥିଲେ।ବିଜୟୀ ଟିମକୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।ଏହି ଟୁର୍ଣ୍ଣାମେଣ୍ଟକୁ ଜିଲ୍ଲା ବେଡମିଣ୍ଟନ ଆସୋସିଏସନ ଆୟୋଜନ କରିଥିବା ବେଳେ କାର୍ଯ୍ୟକ୍ରମକୁ ସଭାପତି ଭଗବାନ ସାହୁ,ସାଧାରଣ ସଂପାଦକ ପ୍ରିତପାଲ ସିଂ,ସତବିର ସିଂ,ସୈଳେନ୍ଦ୍ର ଚୌଧୁରୀ,ସତ୍ୟ ନାରାୟଣ ପଣ୍ଡା,ତନ୍ମୟ କୁମାର ସାମଲ,ଗିରିଶ ବେହେରା,ଗଣେଶ ସାହୁ,ମାନସ ମାହାନା,ଭାଗିରଥୀ ବେହେରା,ରତନ ମଣ୍ଡଳ,ଆଦିତ୍ୟ ମାଦଳା,ଲକ୍ଷ୍ମୀକାନ୍ତ ପୂଜାରୀ,ସୁବ୍ରତ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ।ଏ ସମସ୍ତ ଟୁର୍ଣ୍ଣାମେଣ୍ଟକୁ ପ୍ରିତପାଲ ସିଂ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ।

Leave A Reply

Your email address will not be published.