ପୋଲାଭରମ ପ୍ରକଳ୍ପ ଜନିତ କ୍ଷୟକ୍ଷତି ସମ୍ପର୍କରେ ସ୍ଥାୟୀ ପ୍ରତିକାର ଦାବି କଲେ ନବରଙ୍ଗପୁର ସା°ସଦ

ମାଲକାନଗିରି ତା-୦୮/୦୮/୨୦୨୨ ରିଖ, ମାଲକାନଗିରି ଜିଲ୍ଲାର ମୋଟୁ ଓ ଏହାର ଆଖପାଖ ଅ°ଚଳରେ ପୋଲାଭରମ ପ୍ରକଳ୍ପ ଜନିତ କ୍ଷୟକ୍ଷତି ସମ୍ପର୍କରେ ସ୍ଥାୟୀ ପ୍ରତିକାର ଦାବିରେ ମାନ୍ୟବର ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ର ସା°ସଦ ରମେଶ ଚନ୍ଦ୍ର ମାଝୀ ଆଜି କେନ୍ଦ୍ର ସରକାରଙ୍କ ଜଳସ°ପଦ ବିଭାଗ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ତାଙ୍କ ପତ୍ର ମାଧ୍ୟମରେ ଦର୍ଶାଇଛନ୍ତି ଯେ ଆନ୍ଦ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ନିର୍ମାଣ ହେଉଥିବା ପୋଲାଭରମ ପ୍ରକଳ୍ପ ଦ୍ବାରା ଚଳିତ ବର୍ଷାରେ ମାଲକାନଗିରି ଜିଲ୍ଲାର ମୋଟୁ ଓ ଏହାର ଆଖପାଖ ଅ°ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଓ ଏଥି ସହ ଉକ୍ତ ସମସ୍ୟାର ସ୍ଥାୟୀ ପ୍ରତିକାର ନିମନ୍ତେ ମାନ୍ୟବର ଜଳସମ୍ପଦ ମନ୍ତ୍ରୀଙ୍କୁ ସାକ୍ଷାତ କରି ଏକ ଅନୁରୋଧ ପତ୍ର ମାଧ୍ୟମରେ ଦର୍ଶାଇଛନ୍ତି । ପ୍ରକାଶ ଥାଉକି ଯେ ମାନ୍ୟବର ସାଂସଦ ଗତ ୨୩ ତାରିଖ ରେ ମୋଟୁ ସମେତ ଏହାର ଆଖପାଖ ଅ°ଚଳରେ ହୋଇଥିବା ବନ୍ୟା ପରିସ୍ଥିତି ଯୋଗୁଁ ଲୋକମାନଙ୍କ ଧନଜୀବନ ପ୍ରଭାବିତ ହୋଇଥିବା ବିଷୟରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ସହ ସ୍ଥାନୀୟ ପ୍ରଶାସନ କୁ ଲୋକଙ୍କ ଥଇଥାନ ଓ ପ୍ରପିଡିତ°କୁ ରିଲିଫ ବଣ୍ଟନକୁ ପ୍ରାଥମିକତା ଦେବା ଭଳି ଆବଶ୍ୟକ ପଦକ୍ଷେପ ନେବାକୁ ଜଣାଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଉକ୍ତ ସମସ୍ୟା ଉପରେ କେନ୍ଦ୍ର ମନ୍ତ୍ରୀ°କ ସହ ଆଲୋଚନା କରିବା ସହ ଏହାର ସ୍ଥାୟୀ ପ୍ରତିକାର ପାଇଁ ସେ ବଦ୍ଧ ପରିକର ବୋଲି ମତପୋଷଣ କରିଛନ୍ତି ।

Leave A Reply

Your email address will not be published.