xmas

ବେସରକାରୀ ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ ଦାବୀ

ଫୁଲବାଣୀ:-୦୯/୦୮ କନ୍ଧମାଳ ଜିଲ୍ଲା ରାଇକିଆଠାରେ ବେସରକାରୀ ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘର ୧-୬-୨୦୦୮ରୁ ୩୦-୧୧-୨୦୧୩ର ଏକ ଜିଲ୍ଲାସ୍ଥରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ୧-୬-୨୦୦୮ ମସିହାଠାରୁ ଅଦ୍ୟାବଧି ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ଵାରା ନିଯୁକ୍ତି ପାଇଥିବା ଅଧ୍ୟାପକ ଓ କର୍ମଚାରୀ ସମସ୍ତ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି। ପରିଚାଳନା କମିଟି ଦ୍ଵାରା ସ୍ୱଳ୍ପ ବେତନରେ ଜୀବିକା ପ୍ରତି ପୋଷଣ କରୁଛନ୍ତି। ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସରକାର ଏହି କର୍ମଚାରୀ ମାନଙ୍କୁ ଅନୁଦାନ ଦେବା ପାଇଁ କୌଣସି ପଦକ୍ଷେପ ଏପର୍ଯ୍ୟନ୍ତ ନେଇ ନାହାନ୍ତି। ସେମାନେ ସରକାରଙ୍କ ସମସ୍ତ ପ୍ରକାରର କାର୍ଯ୍ୟ ଯଥା ନାମ ଲେଖା ପ୍ରକ୍ରିୟା,ପରୀକ୍ଷା ପରିଚାଳନା, ପରୀକ୍ଷା ଖାତା ମୂଲ୍ୟାୟନ, ନିୟମିତ ଶିକ୍ଷାଦାନ, ନିର୍ବାଚନ କାର୍ଯ୍ୟ ଓ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ ମଧ୍ୟ ସରକାର ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ଯୋଗୁଁ କର୍ମଚାରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଯଦି ସରକାର ଆଗାମୀ ଦିନରେ କୌଣସି ପଦକ୍ଷେପ ନନିଅନ୍ତି ତାହାହେଲେ ସଙ୍ଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏହି ବୈଠକରେ ସଂଘର ସଭାପତି ଅଧ୍ୟାପକ ଶଙ୍କର ପାଢ଼ୀ, ଉପ ସଭାପତି ଅଧ୍ୟାପକ ବିରଞ୍ଚି ନାରାୟଣ ସାହୁ, କୋଷାଧ୍ୟକ୍ଷ ଅଧ୍ୟାପକ ଶିଵରାମ ବେହେରା, ଅଧ୍ୟପିକା ଗୀତାଞ୍ଜଳି ଗନ୍ତାୟତ,ଉପଦେଷ୍ଟା ଅଧ୍ୟାପକ ଅକ୍ଷୟ ଦଳ ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.