କଂଗ୍ରେସ ଛାଡିଲେ ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ

ଫୁଲବାଣୀ -୦୯/୦୮ କନ୍ଧମାଳ ଜିଲ୍ଲାର ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ରାଧାକାନ୍ତ ଦିଗଲ ଆଜି କଂଗ୍ରେସର ହାତ ଛାଡିଛନ୍ତି l ଶ୍ରୀ ଦିଗଲ ସରକାରୀ ଅଫିସର ପଦବୀରୁ ଇସ୍ତଫା ଦେଇ ୧୯୮୪ରେ ସାଂସଦ ଭାବେ କଂଗ୍ରେସ ଟିକେଟ ପାଇ ନିର୍ବାଚିତ ହୋଇଥିଲେ l ତେଵେ କଂଗ୍ରେସ ଦଳ ଏବେ ନୀତି ଆଦର୍ଶ ଓ ନୈତିକତା ହରାଇ ବସିଲାଣି l କଂଗ୍ରେସ ଦଳର ଆଉ ଭବିଷ୍ୟତ ନାହିଁ, ଆସ୍ତେଆସ୍ତେ ଦଳ ନିଜର ସତ୍ତା ହରାଇଲାଣି ଏଣୁ ସେ ଦଳ ଛାଡିଥିବା କଥା କହିଛନ୍ତି l ତେଵେ ସେ କେଉଁ ଦଳରେ ମିଶିବେ ଜଣାପଡ଼ିନଥିଲେ ବି ବିଜେଡି ରେ ମିଶିବା ନେଇ ସମ୍ଭାବନା ରହିଛି l ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ ଦଳ ଛାଡିବା ନେଇ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକଙ୍କୁ ପଚାରିବାରେ ସେ ରାଧାକାନ୍ତ ଦିଗଲ ଦଳ ଛାଡିବା ନେଇ ତାଙ୍କ ନିକଟରେ ସେଭଳି କିଛି ଖବର ନାହିଁ ତେଵେ ସେ ଦଳ ଛାଡିଲେ ଦଳ ଉପରେ କୌଣସି ପ୍ରଭାବ ପଡ଼ିବନି ବର୍ତ୍ତମାନ କଂଗ୍ରେସ ସଙ୍ଗଠନ ମଜଭୁତ ରହିଛି ଓ ଆଗକୁ ଆହୁରି ସୁଦୃଢ ହେବ ବୋଲି ଡ଼ିସିସି ସଭାପତି ନାୟକ କହିଛନ୍ତି l

Leave A Reply

Your email address will not be published.