ନିରୋଜ ଙ୍କୁ ମିଳିଲା “ଗନ୍ଧର୍ବନାଥ ସେବା ସମ୍ମାନ ୨୦୨୨”।

ବାରିପଦା,୦୯/୦୮/୨୦୨୨-ଓଡ଼ିଶା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗନ୍ଧର୍ବନାଥ ସେବା ସମିତି ର ପ୍ରଥମ ବାର୍ଷିକ ଉତ୍ସବ କଟକର ଚୌଦ୍ଵାର ଠାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଉଛବ ଚନ୍ଦ୍ର ଦାସ,ମୁଖ୍ୟ ବକ୍ତା ଭାବରେ ରାଜ୍ୟ ସମାଜସେବୀ ମହାସଂଘ ର ସଭାପତି ନରୋତ୍ତମ ଦାସ, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସମାଜସେବୀ ତଥା ଶବର ଶେଷ ସାଥୀ ଅଭିମନ୍ୟୁ ଦାସ,ସମାଜସେବୀ ତଥା ଜାତୀୟ ମାନବାଧିକାର ରାଜ୍ୟ ସଭାପତି ପ୍ରଦୀପ କାଣ୍ଡି ,ନାରାୟଣ ସାହୁ ପ୍ରମୁଖ ଓ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇ ରାଜ୍ୟ ର ବିଭିନ୍ନ ଜିଲ୍ଲା ରୁ ନିମନ୍ତ୍ରିତ ହୋଇଥିବା ସମାଜସେବୀ ମାନଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ସମାଜସେବୀ ତଥା ରକ୍ତଦାତା ଡ଼ ନିରୋଜ କୁମାର ପୋଥାଳଙ୍କୁ ତାଙ୍କର ଉତ୍କୁର୍ଷ୍ଟ କାର୍ଯ୍ୟ ପାଇଁ ଏ ବର୍ଷର “ଗନ୍ଧର୍ବନାଥ ସେବା ସମ୍ମାନ ୨୦୨୨” ପ୍ରଦାନ କରାଯାଇଥିଲା । ଏହି ସେବା ସମ୍ମାନ ପାଇବା ପରେ ଡ଼ ନିରୋଜ ସଂଗଠନ ର ପ୍ରତିଷ୍ଠାତା ତଥା ସଭାପତି ପ୍ରଶାନ୍ତ ମହାପାତ୍ର ଓ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ ।

Leave A Reply

Your email address will not be published.