କ୍ରାନ୍ତି ଦିବସରୁ ଓଡିଶା ଅଭିଭାବକ ମହାସଂଘର “ଶିକ୍ଷା କ୍ରାନ୍ତି ଅଭିଯାନ”ର ଶୁଭାରମ୍ଭ l ଦସ୍ତଖସ୍ତ କରିବେ ରାଜ୍ୟର ପାଞ୍ଚ ଲକ୍ଷ୍ୟ ବେସରକାରୀ ସ୍କୁଲ ଅଭିଭାବକ

ଭୁବନେଶ୍ୱର ତା-୦୯/୦୮/୨୦୨୨ ରିଖ, ଓଡିଶା ଅଭିଭାବକ ମହାସଙ୍ଘର ଶିକ୍ଷା କ୍ରାନ୍ତି ଅଭିଯାନର ଶୁଭାରମ୍ଭ ହୋଇଛି l ସାମିଲ ହେବେ ରାଜ୍ୟର ପ୍ରାୟ ପାଞ୍ଚ ଲକ୍ଷ୍ୟ ଅଭିଭାବକ, ତିନୋଟି ପ୍ରମୁଖ ଦାବୀ ସମ୍ବଳିତ ଦସ୍ତାବିଜକୁ ନେଇ ଏହି ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି l ଆଜି ଭୁବନେଶ୍ୱର ଜନତା ମୈଦାନ ମହାତ୍ମା ଗାନ୍ଧୀ ପାର୍କ ଠାରେ ଅଭିଭାବକ ମହାସଂଘର କର୍ମକର୍ତା ମାନଙ୍କୁ ନେଇ ମହାତ୍ମା ଗାନ୍ଧୀଙ୍କୁ ମାଲ୍ୟାର୍ପଣ କରି ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଓ ମହାସଂଘର ରାଜ୍ୟ କର୍ମକର୍ତା ଙ୍କ ଗହଣରେ ଶିକ୍ଷା କ୍ରାନ୍ତି ଦିବସର ଶୁଭାରମ୍ଭ କରାଯାଇଥିଲା l ସାଧାରଣ ସମ୍ପାଦକ ଅଶୋକ ପାଇକରାୟ ପ୍ରଥମେ ଦସ୍ତଖସ୍ତ କରିଥିଲେ l ପରେ ମହାସଙ୍ଗର ଦେଢ଼ଶହ କର୍ମକର୍ତା ଦସ୍ତଖସ୍ତ କରିଥିଲେ l ଶିକ୍ଷା କ୍ରାନ୍ତି ଅଭିଯାନର ପ୍ରମୁଖ ଦାବୀ ଗୁଡିକ ହେଲା :-

  1. ସ୍କୁଲରେ ଯେଉଁ ସୁବିଧା ଯୋଗାଉଛନ୍ତି, ସେହି ଅନୁସାରେ ଫିସ ନିର୍ଧାରଣ କରାଯାଉ l
  2. ଆଇନତଃ ସ୍କୁଲ ବ୍ୟାଗ ଓଜନ 1.5 କେଜି ରୁ 5 କେଜି ପଯ୍ୟନ୍ତ ଥିବା ନିୟମଓ ସବୁ ସ୍କୁଲ ମାନଙ୍କୁ ଓ NCERT ବହି ରେ ପାଠ ପଢାନ୍ତୁ l
  3. ସର୍ବସାଧାରଣଙ୍କ ପଇସା ଶହ ଶହ କୋଟି ଟଙ୍କା କାରବାର କରୁଥିବାରୁ ସ୍କୁଲ ମାନଙ୍କୁ ଏକ ସ୍ୱତନ୍ତ୍ର ସରକାରୀ ଅଡିଟ କରାଯାଉ

ବେସରକାରୀ ସ୍କୁଲକୁ ନିୟନ୍ତ୍ରଣ ପାଇଁ ଗଣଶିକ୍ଷା ବିଭାଗର 1996 ମସିହା ସେପ୍ଟେମ୍ବର 23ର ରିଜଲୁସାନ ଓ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରାୟ ଅନୁସାରେ ସ୍କୁଲ ଫିସ ସର୍ବଦା ସ୍କୁଲ ଦେଉଥିବା ସୁବିଧା ସୁଯୋଗ ଅନୁଯାଇ ନିର୍ଧାରଣ କରାଯିବl କଥା, ଗଣଶିକ୍ଷା ବିଭାଗ ଦ୍ୱାରା ଅନୁମୋଦିତ ହୋଇଥିବା ହେଡ଼ ଅନୁଯାଇ ସ୍କୁଲ ମାନେ ହିଁ ସେହି ହେଡ଼ରେ ଫିସ ଆଦାୟ କରିବେ l କୌଣସି ଡୋନେସନ କିମ୍ବା କ୍ୟାପିଟେସନ ଫିସ ଆଡ଼ମିସନ ବେଳେ ଆଦାୟ କରିପାରିବେ ନାହଁ l ଏଥିରୁ ବିଚ୍ୟୁତ ହେଲେ ସମ୍ପୃକ୍ତ ସ୍କୁଲ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏପରି କି ସ୍ୱୀକୃତି ପ୍ରତ୍ୟାହାର ମଧ୍ୟ କରାଯାଇପାରିବ l ସ୍କୁଲ ଫିସ କେବଳ ଶିକ୍ଷାବର୍ଷ ଆରମ୍ଭରେ ସଂଶୋଧନ ହେବ ଶିକ୍ଷା ବର୍ଷ ମଧ୍ୟରେ ବୃଦ୍ଧି କରାଯାଇ ପାରିବ ନାହଁ l କୌଣସି ଫିସ ବୃଦ୍ଧି କରିବାକୁ ଚାହିଁଲେ ସ୍କୁଲର ଅଭିଭାବକ ମାନଙ୍କ ଦ୍ୱାରା ଚୟନ ହୋଇଥିବା ପ୍ରତିନିଧି ମାନଙ୍କ ସହିତ ଆଲୋଚନା ନକରି ଓ ପରାମର୍ଶ ନନେଇ ବୃଦ୍ଧି କରିପାରିବେ ନାହଁ l ଯଦି କୌଣସି ଅଭିଭାବକର ଟ୍ରାନ୍ସଫର, ମୃତ୍ୟୁ ଓ ସ୍ୱାସ୍ଥ୍ୟଗତ କାରଣରୁ ପିଲା ସ୍କୁଲରୁ ଟ୍ରାନ୍ସଫର କରେ ତେବେ ତାର ସ୍କୁଲର ସେହି ବର୍ଷର ପଢିଥିବା ସମୟ ଅନୁଯାଇ ସ୍କୁଲ ଫିସ ଫେରସ୍ତ ପାଇବେ l
2015ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଏକ ପି.ଆଇ.ଏଲ ର ନିର୍ଦେଶ ଅନୁଯାଇ ଶ୍ରେଣୀ ଅନୁସାରେ ନିର୍ଧାରିତ ଓଜନର ବସ୍ତାନି ବା ସ୍କୁଲ ବ୍ୟାଗ ବ୍ୟବହାର ତଥା 2005 ର ନ୍ୟାସନେଲ କରିକୁଲମ ଫ୍ରେମୱାର୍କ ଦ୍ୱାରା ନିର୍ଧାରିତ ଏବଂ ଗଣଶିକ୍ଷା ବିଭାଗର 2019 ଅଗଷ୍ଟ 1, 21 ଅକ୍ଟୋବର 2019, 13 ଫ୍ରେବୁଆରି 2019 ର ସ୍ପଷ୍ଟ ନିର୍ଦେଶରେ ଏନ.ସି.ଇ.ଆର.ଟି ଓ ଏସ.ସି.ଇ.ଆର.ଟି ସିଲାବସର ବହି ରେ ପାଠ ପଢ଼ାଇବା ସବୁ ସ୍କୁଲ ପାଇଁ ବାଧ୍ୟତାମୂଳକ l କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ନିର୍ଧାରିତ ସ୍କୁଲ ବ୍ୟାଗ ଓଜନ ନିୟମରେ ପ୍ରଥମ ଶ୍ରେଣୀରେ ସର୍ବାଧିକ 1. 5 କେଜି ଠାରୁ ଆରମ୍ଭ କରି ଦଶମ ଶ୍ରେଣୀରେ 5 କେଜି ପର୍ଯ୍ୟନ୍ତ ଓଜନର ସ୍କୁଲ ବ୍ୟାଗ ପ୍ରଚଳନ ହେବ l ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ପିଲାଙ୍କ ପାଇଁ କୌଣସି ହୋମ ୱାର୍କ ରହିବ ନାହିଁ l କେବଳ ଗଣିତ ଓ ଭାଷା ବିଷୟରେ ପଢିବେ l ତୃତୀୟଠୁ ପଞ୍ଚମ ପର୍ଯ୍ୟନ୍ତ ପିଲା ଗଣିତ, ଭାଷା ସହିତ ସାମାଜିକ ବିଜ୍ଞାନର ଏନ.ସି.ଇ.ଆର.ଟି ବହି ରେ ପାଠ ପଢିବେ l ଏତିକି ଛଡା ଆଉ କିଛି ପାଠ ବାଧ୍ୟତାମୂଳକ ଭାବେ ସବୁ ପିଲାଙ୍କୁ ପାଠ ପଢାଇ ପାରିବେ ନାହଁ l ପିଲାଙ୍କୁ ଅନ୍ୟ ବହି ଖାତା ତଥା ପାଠ୍ୟ ଉପକରଣ ପାଇଁ ସ୍କୁଲ ବାଧ୍ୟ କରିପାରିବେ ନାହିଁ l ସବୁ ପ୍ରାଇଭେଟ ସ୍କୁଲ ଯେହେତୁ କୋଟି କୋଟି ଟଙ୍କା ସ୍କୁଲ ଫିସ, ବହି ଖାତା, ସ୍କୁଲ ୟୁନିଫର୍ମ, ପାଠ୍ୟ ଉପକରଣ, ପାଇଁ ଆଦାୟ କରୁଛନ୍ତି, ଏହା ସର୍ବସାଧାରଣ ପଇସା ଗ୍ରହଣ କରୁଛନ୍ତି, ତେଣୁ ପ୍ରତିବର୍ଷ ଏଜି ଙ୍କ ଅନୁମୋଦିତ ସରକାରୀ ଅଡିଟରଙ୍କ ଦ୍ୱାରା ସ୍ପେଶାଲ ଅଡିଟ ହେବା ଦରକାର l ଏହାକୁ ସବୁ ଅଭିଭାବକ ମାନଙ୍କୁ ପଠେଇବାକୁ ନିୟମ କରାଯାଉ l ଏହି ସବୁ ଦାବୀ ପୂରଣ ହେଲେ ରାଜ୍ୟର 18 ଲକ୍ଷ ଅଭିଭାବକ ସୁବିଧା ପାଇବା ସହ ଉପକୃତ ହେବେ l ତେଣୁ ଓଡିଶା ଅଭିଭାବକ ମହାସଂଘ ଶିକ୍ଷା କ୍ରାନ୍ତି ଅଭିଯାନ ନାମରେ ଏକ ଦସ୍ତଖତ ଅଭିଯାନ ଆଜି ଜନତା ମଇଦାନ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ ହୋଇଛି l ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଥମେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ” ବୈଷ୍ଣବ ଜନକୋ ” ଭଜନ ଗାନ କରାଯାଇ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିଲା l ରାଜ୍ୟସାରା ସବୁ ସ୍କୁଲରେ ଅଭିଭାବକ ମାନଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ପ୍ରଦାନ କରାଯିବ l ସମସ୍ତ ରାଜ୍ୟ କମିଟି ଓ ଜିଲ୍ଲା କମିଟିର କର୍ମକର୍ତା ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖାହୋଇ ଏହି ସ୍ମାରକ ପତ୍ର ପ୍ରଦାନ କରିବେ ବୋଲି ସହ-ଅଧକ୍ଷ ପ୍ରସନ୍ନ ବିଷୋୟୀ ପ୍ରକାଶ କରିଛନ୍ତି l ଏହି ଶିକ୍ଷା କ୍ରାନ୍ତି ଅଭିଯାନର ମୂଳ ଲକ୍ଷ୍ୟ ହେଲା ଶିକ୍ଷାରୁ ଦଲାଲ ମୁକ୍ତ କରିବା ଓ ଅଭିଭାବକ ମାନଙ୍କୁ ଆର୍ଥିକ ମାନସିକ ବୋଝରୁ ମୁକ୍ରି ପ୍ରଦାନ କରିବା l ଆଜିର ଏହି କାର୍ଯ୍ୟକ୍ରମରେ ଅଶୋକ ପାଇକରାୟ, କାର୍ତ୍ତିକ ସାହୁ, ରଶ୍ମି ରଞ୍ଜନ କାନୁନଗୋ, ସତ୍ୟବ୍ରତ ପାରିଜା, ଭୁମୋହନ ପଟନାୟକ, ମଧୁସ୍ମିତା ମହାନ୍ତି, ପଦ୍ମନାଭ ସାହୁ, ବ୍ରଜ ଠକର, ତାପସ ଦାସ, ବାବା ଶଙ୍କର ପ୍ରସାଦ, ଅନନ୍ତ ରାଉତ, ଅଶୋକ ପଟନାୟକ, ଶିଶିର ସାହୁ, ରମେଶ ଭାରତୀ, ସତ୍ୟବ୍ରତ ଦାସ, ଦେବାଶିଷ ପଟନାୟକ, ସ୍ଵପ୍ନେନ୍ଦୁ ସାମନ୍ତରାୟ, ଅମୁଲ୍ୟ ପରିଡା, ଶଙ୍କର ସାମନ୍ତରାୟ, ସୂର୍ଯ୍ୟନାରାୟଣ ଜେନା ଙ୍କ ସମେତ ଦୁଇ ଶହ ଅଭିଭାବକ ସାମିଲ ହୋଇଥିଲେ l

Leave A Reply

Your email address will not be published.