୫ଟି ବିଦ୍ୟାଳୟ ରେ କୁତ୍ରୀମ ବନ୍ୟା , ପାଠ ପଢିବାରୁ ବଞ୍ଚିତ ହେଲେ ବିଦ୍ୟାର୍ଥ

ଖୁଣ୍ଟା –
ସଜେଇ ହେଇଛି ବିଦ୍ୟାଳୟ । ମାତ୍ର ପାଣି ନିସ୍କାସନ ପ୍ରତି ଗୁରୁତ୍ଵ ନାହିଁ । ଫଳରେ ଶ୍ରେଣୀଗୃହ ସହ ବିଦ୍ୟାଳୟର ପରିବେଶ ପାଲଟିଛି ପୁସ୍କରଣୀ । ଏଭଳି କରୁଣ ପରିସ୍ଥିତି ଦେଖିବାକୁ ମିଳିଛି ୫ଟି ଯୋଜନାରେ ସଜେଇ ହୋଇଥିବା ମୟୁରଭଞ୍ଜ ଜିଲ୍ଲା ର ବଡ଼ ପଥରା ପଞ୍ଚାୟତ ଅଧିନ ତାଡ଼କିଝରଣ ଗ୍ରାମରେ ଥିବା ବଡ଼ପଥରା ପଞ୍ଚାୟତ ସରକାରୀ ହାଇସ୍କୁଲ ।


ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ବିଦ୍ୟାଳୟଟି ୫ଟି ଯୋଜନା ମାଧ୍ୟମରେ ସଜେଇ ହୋଇଛି । ଏହି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଘୋରଇ ଶିକ୍ଷାନୁଷ୍ଠାନ ଭଳି ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯିବାର ଲକ୍ଷ ମଧ୍ୟ ରହିଛି । ମାତ୍ର ବର୍ଷା ଦିନ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ କିଭଳି ବିଦ୍ୟାଦାନ କରାଯାଇପାରିବ ସେ ନେଇ ଚିନ୍ତା କରିବା କଥା ବୋଧ ହୁଏ ଭୂଲି ଯାଇଛି ବ୍ଳକ ପ୍ରଶାସନ । ଯାହା ଏବେ ଚିନ୍ତା ବଢ଼ାଇ ଦେଇଛି ଶିକ୍ଷକ ମାନଙ୍କର । ପ୍ରଶାସନ ପକ୍ଷରୁ ବିଦ୍ୟାଳୟର
ଉନ୍ନତୀକରଣସମୟରେ ବର୍ଷାଜଳ ନିଷ୍କାସନ ପ୍ରତି ଗୁରୁତ୍ଵ ଦିଆଯାଇନଥିବାରୁ ଏବେ ବିଦ୍ୟାଳୟ ପରିବେଶ ରେ ଢ଼େଉ ଖେଳୁଛି ବର୍ଷା ପାଣି ସହ ରାସ୍ତା ବାହାରୁ ପ୍ରବେଶ କରୁଥିବା ପାଣି । ପରିସ୍ଥିତି ଏପରି ଯେ ଶ୍ରେଣୀଗୃହଗୁଡ଼ିକ ମଧ୍ୟବାଦ ପଡ଼ିନାହିଁ ଏହି ପାଣିର ସ୍ରୋତ ରୁ । ଉକ୍ତ ବିଦ୍ୟାଳୟରେ ୧ ମରୁ ୧୦ ମ ଶ୍ରେଣୀରେ ପ୍ରାୟ ୨୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପଢିବା ପାଇଁ ବୁଧବାର ବିଦ୍ୟାଳୟକୁ ଆସିଥିଲେ । ତେବେ ବିଦ୍ୟାଳୟ ପରିବେଶ ସହିତ ଶ୍ରେଣୀଗୃହ ରେ ବର୍ଷାଜଳ ଢ଼େଉ ଖେଳୁଥିବା ଦେଖିବାକୁ ପାଇଲେ ଛାତ୍ରଛାତ୍ରୀ । ଯାହାକୁ ନେଇ ସେମାନଙ୍କ ବିଦ୍ୟାଗ୍ରହଣ ଏବଂ ଶିକ୍ଷକ ମାନଙ୍କ ବିଦ୍ୟାଦାନକୁ ନେଇ ସମସ୍ୟା ଉପୁଜିଥିଲା । ଶେଷରେ ବିଦ୍ୟାଳୟକୁ ଛୁଟି ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ ସ୍କୁଲକତ୍ତୃପକ୍ଷ । ତେବେ ବାହ୍ୟ ଚାକଚକ୍ୟ ରେ ମନୋମହୁ ଥିବା ବିଦ୍ୟାଳୟର ଏହି ସମସ୍ୟା ସଂମ୍ପର୍କରେ ଖୁଣ୍ଟା ବ୍ଳକ ବିଡ଼ିଓ ମାନସ ରଞ୍ଜନ ସାମଲଙ୍କ ମତାମତ ଲୋଡ଼ାଯାଇଥିବା ବେଳେ ଉକ୍ତ ବିଦ୍ୟାଳୟ ପାର୍ଶ୍ଵରେ ଏକ କେନାଲ ଥିବା ଯୋଗୁଁ ବିଦ୍ୟାଳୟ ପରିସରରେ ପାଣି ଜମି ରହିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏବଂ ଏହାର ପ୍ରତିକାର ପାଇଁ ବ୍ଳକର ଟେକନିକାଲ ଟିମ କୁ ନିର୍ଦ୍ଦେଶ ଦିଆଯାଇଥିବା ସଂମ୍ପର୍କରେ କହିଥିଲେ ।

Leave A Reply

Your email address will not be published.