xmas

ନିଜ ବିକିନୀ ଫଟୋ ଶେଆର କରି ଖାଇଲେ ୯୯ କୋଟିର ମାନହାନୀ ମକଦ୍ଦମା

କୋଲକାତା: ସୋସାଲ ମିଡିଆରେ ନିଜ ବିକିନୀ ଫଟୋ ଶେଆର କରି ଫସିଲେ ଅଧ୍ୟାପିକା। ମହଙ୍ଗା ପଡିଲା ଅଶ୍ଳୀଳ ଫଟୋ ଶେଆର କରିବା। ବିଶ୍ୱବିଦ୍ୟାଳୟରୁ ଇସ୍ତଫା ଦେବାକୁ ବାଧ୍ୟ କରାଯିବା ସହ ୯୯ କୋଟି ଟଙ୍କାର ମାନହାନୀ ମକଦ୍ଦମା ବି ହେଲା। ଏଭଳି କିଛି ଘଟଣା ଘଟିଛି ପଶ୍ଚିମବଙ୍ଗର ସେଣ୍ଟ ଜାଭିୟର୍ସ ବିଶ୍ୱବିଦ୍ୟାଳୟରେ।

ଏଠାରେ ଜଣେ ମହିଳା ପ୍ରଫୋସରଙ୍କ ବିକିନୀ ଫଟୋକୁ ନେଇ ବିବାଦ ଜୋର ଧରିଛି। ଗତକାଲି ସୋଶାଲ ମିଡିଆରେ ମହିଳା ପ୍ରଫୋସର ବିକିନୀ ଫଟୋ ଶେଆର କରିଥିବା ଜଣେ ଛାତ୍ରଙ୍କ ଅଭିଭାବକ ଅଭିଯୋଗ କରିଥିଲେ। ଆଉ ଆଜି ସେହି ମହିଳା ପ୍ରଫେସରଙ୍କ ବିରୋଧରେ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ୯୯ କୋଟି ଟଙ୍କାର ମାନହାନୀ ନୋଟିସ ଜାରି କରିଛନ୍ତି।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ମହିଳା ପ୍ରଫେସର କଲେଜରୁ ଇସ୍ତଫା ପାଇଁ ତାଙ୍କୁ ଚାପ ପକାଯାଉଥିବା ଅଭିଯୋଗ କରିଥିଲେ। ଜଣେ ଛାତ୍ର ବାପା-ମା’ଙ୍କ ଅଭିଯୋଗ ପରେ ତାଙ୍କୁ କଲେଜ ଛାଡିବାକୁ ବାଧ୍ୟ କରାଯାଉଥିବା ସେ ଦାବି କରିଛନ୍ତି। ଏବେ ମହିଳା ପ୍ରଫେସର ଜଣକ ଏହି ମାନହାନୀ ନୋଟିସ ବିରୋଧରେ କୋର୍ଟର ଦ୍ୱାରସ୍ଥ ହେବ ବୋଲି କହିଛନ୍ତି। ତେବେ ଗତବର୍ଷ ଅକ୍ଟୋବର ମାସରେ ଉକ୍ତ ମହିଳା ପ୍ରଫୋସର ଜଣକ ସୋଶାଲ ମିଡିଆରେ ନିଜ ବିକିନୀ ପିନ୍ଧା ଫଟୋ ଶେଆର କରିଥିଲେ।

ଏହା ପୂର୍ବରୁ ଏହି ମାମଲାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ସ୍ପଷ୍ଟିକରଣ ଦେବା ପାଇଁ ଡାକିଥିଲେ। ଏହାକୁ ନେଇ ପ୍ରଫେସର କହିଛନ୍ତି, ‘ବିଶ୍ୱବିଦ୍ୟାଳୟରେ ଯୋଗ ଦେବାର ୨ ମାସ ପୂର୍ବେ ଇନ୍‌ଷ୍ଟାଗ୍ରାମରେ ସେ ଯେଉଁ ଫଟୋ ପୋଷ୍ଟ କରିଥିଲେ ତାକୁ କୌଣସି ବି ପରିସ୍ଥିତିରେ ତାଙ୍କର କୌଣସି ଛାତ୍ର ଦେଖିପାରିବ ନାହିଁ। କାରଣ ସେହି ଫଟୋଗୁଡିକ ଆପେ ଆପେ ହଟିଯାଏ ଓ ଟ୍ରାସ୍‌ ସେକ୍‌ସନ୍‌କୁ ଚାଲିଯାଏ।’

ଉଲ୍ଲେଖଯୋଗ୍ୟ, ପ୍ରଥମ ବର୍ଷର ଜଣେ ଅଣ୍ଡର ଗ୍ରାଜୁଏଟ୍‌ ଛାତ୍ରଙ୍କ ଅଭିଭାବକ ଅଭିଯୋଗ ପତ୍ର ପଠାଇଥିଲେ। ଏଥିରେ କୁହାଯାଇଥିଲା ତାଙ୍କ ପୁଅ ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ଅଶ୍ଳୀଳ ଫଟୋ ଦେଖୁଥିବା ବେଳେ ଧରାପଡିଥିଲା। ଏହି ଚିଠି ଆଧାରରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ ପ୍ରଫେସରଙ୍କ ବିରୋଧରେ ଏଭଳି ଆକ୍ସନ ନେଇଛି।

Leave A Reply

Your email address will not be published.