ଅଜାଦୀ କି ଅମୃତ ମହୋତ୍ସବ ଅବସରରେ ତ୍ରିରଙ୍ଗା ଯାତ୍ରା

ଫୁଲବାଣୀ 10/08
ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ବୁଧବାର ଫୁଲବାଣୀ ସହରରେ ଏକ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଥିଲା l ନାରାୟଣୀ ମନ୍ଦିର ପରିସରରୁ ଏହି ରାଲି ବାହାରି ମୁଖ୍ୟ ରାସ୍ତା ଦେଇ ଜିଲାପାଳ ଙ୍କ କାର୍ଯାଳୟ ନିକଟସ୍ଥ କରୋନେସନ ପଡିଆରେ ପହଞ୍ଚିଥିଲା lସହର ରେ ଥିବା ସରସ୍ବତୀ ଶିଶୁ ମନ୍ଦିର, କାରମେଲ ସ୍କୁଲ, ପବ୍ଲିକ ସ୍କୁଲ ସମେତ ଜି ଏନ ଏମକଲେଜଓ ଅନ୍ୟାନ୍ୟ ସ୍କୁଲ ରହଜାର ହଜାର ଛାତ୍ର ଛାତ୍ରୀ ମାନେ ହାତରେ ତ୍ରିରଙ୍ଗା ପତାକା ଧରି,ଦେଶ ଭକ୍ତି ସ୍ଲୋଗାନମଧ୍ୟ ଦେଇଥିଲେ lସେହିପରି କରୋନେସନ ପଡିଆ ଠାରେ ଆୟୋଜିତ ସଭାରେ ସଙ୍ଘ ସଂଚାଳକ ରମେଶ ଚନ୍ଦ୍ର ସାହୁ, ସୁବେଦାର ସେଠି, ପୋୖରାଧ୍ୟାକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି, ବରିଷ୍ଠ ଆଇନ ଯିବି ଭଗବାନ ମହାନ୍ତି, ବିଶ୍ୱହିନ୍ଦୁ ପରିଷଦ ପରେଶ ମହାପାତ୍ର, ଅବସର ପ୍ରାପ୍ତ ସେନା କର୍ମଚାରୀ ଶିବା ପାତ୍ର, ଲିଙ୍ଗରାଜ ଦଳବେହେରା, ପ୍ରମୁଖ ଯୋଗଦେଇ ଦେଶ ସ୍ୱାଧିନତାରେ ଯେଉଁ ମହାନ ସ୍ୱାଧୀନତା ସଂଗ୍ରାମୀ ମାନେ ବଳିଦାନ ଦେଇଥିଲେ ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ lସେହପରି କଷ୍ଟଲବ୍ଧ ସ୍ୱାଧୀନତା କୁସମ୍ମାନ ଜଣାଇବା ସହ ଅକ୍ଷୁର୍ଣ ରଖିବା କୁ ଯୁବସମାଜ କୁ ଆହ୍ୱାନ ଦେଇଥଲେ l

Leave A Reply

Your email address will not be published.