ଜଷ୍ଟିସ୍ ୟୁୟୁ ଲଳିତ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ; ନୋଟିସ୍ ଜାରି କରି ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଡଷ୍ଟିସ୍‌ ୟୁୟୁ ଲଳିତ। ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର(ଅଗଷ୍ଟ୯) ଏକ ନୋଟିସ ଜାରି କରାଯାଇଛି। ଅଗଷ୍ଟ ୨୭ ତାରିଖରୁ ଜଷ୍ଟିସ ଲଳିତଙ୍କର କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ନୋଟିସ୍‌ରେ କୁହାଯାଉଛି। ଅଗଷ୍ଟ ୨୬ ତାରିଖରେ ସିଜେଆଇ ଏନ୍‌ଭି ରମଣାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ତାଙ୍କ ସ୍ଥାନରେ ୟୁୟୁ ଲଳିତ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ସମ୍ଭାଳିବେ।

ତେବେ ବଡ଼ କଥା ହେଉଛି ଜଷ୍ଟିସ ୟୁୟୁ ଲଳିତ ଆଉ ମାତ୍ର ଦୁଇ ମାସ ପରେ ନଭେମ୍ବର ୮ ତାରିଖରେ ଅବସର ଗ୍ରହଣ କରିବେ। ତେଣୁ ଅବସର ପୂର୍ବରୁ ତାଙ୍କୁ ସର୍ବୋଚ୍ଚ ବିଚାରପତି ଆସନରେ ନିଯୁକ୍ତି ମିଳିଛି। ସେ ମାତ୍ର ୭୪ ଦିନ ପାଇଁ ଏହି ଦାୟିତ୍ୱରେ ରହିବେ।

Leave A Reply

Your email address will not be published.