ବରଗଡ଼ ତୀରଙ୍ଗା କାର୍ଯ୍ୟକ୍ରମ ରେ ୧କିମି ଲମ୍ବ ଜାତୀୟ ପତାକା ଶୋଭାଯାତ୍ରା

ବରଗଡ଼: ସ୍ବାଧୀନତା ର ୭୫ ବର୍ଷ,ଆଜାଦି କି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଆଜି ବରଗଡ଼ ସହରରେ ବିକାଶ ଶିକ୍ଷାନୁଷ୍ଠାନ ସମୁହର ପକ୍ଷରୁ ଏକ କିଲୋମିଟର ଲମ୍ବର ଜାତୀୟ ପତାକା ର ଶୋଭାଯାତ୍ରା ହୋଇଥିଲା। ହର ଘର ମେ ତୀରଙ୍ଗା ଅବସରରେ ଆଜି ବିକାଶ ଶିକ୍ଷାନୁଷ୍ଠାନ ସମୁହର ପକ୍ଷରୁ ୧ କିଲୋମିଟର ଲମ୍ବ ଓ ୯ଫୁଟ ଚଉଡା ର ଜାତୀୟ ପତାକା କୁ ଧରି ଛାତ୍ର ଛାତ୍ରୀ, ବରଗଡ଼ ଜିଲ୍ଲାର ୨୫ରୁ ଅଧିକ ଅନୁଷ୍ଠାନ ର କର୍ମକର୍ତ୍ତା, ସ୍ବେଚ୍ଛାସେବୀ, ବରିଷ୍ଠ ନାଗରିକ, ମହିଳା ଏଥିରେ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରା ବରଗଡ଼ ଲେଙ୍ଗୁ ମିଶ୍ର ଛକଠାରୁ ଆରମ୍ଭ ହୋଇ ବରାହାଗୋଡା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନ ସମୁହର ପରିସରରେ ଶେଷ ହୋଇଥିଲା। ଏହାକୁ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଭାଜପା ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, କଂଗ୍ରେସ ନେତା ପ୍ରଦୀପ କୁମାର ଦେବତା,ନୀପନ ଦାଶ ଏକ ସ°ଗରେ ଶୁଭାରମ୍ଭ କରିଥିଲେ। ବିକାଶ ଶିକ୍ଷାନୁଷ୍ଠାନ ସମୁହର ଅଧକ୍ଷ ଡି ମୁରଲିକ୍ରିଷ୍ଣା ଏହାକୁ ପରିଚାଳନା କରିଥିଲେ। ନିର୍ଦ୍ଦେଶକ ଡି ନାଗେଶ୍ଵର ରାଓ,ଜି ଭାସ୍କର ରାଓ,ଶ୍ରୀନୀବସ ପ୍ରମୁଖ ଉପସ୍ଥିତ ଥିଲେ। ବିକାଶ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଶୋଭାଯାତ୍ରା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Leave A Reply

Your email address will not be published.