ମୁଖ୍ୟମନ୍ତ୍ରୀ ତୁରନ୍ତ ଗଣଶିକ୍ଷା ମନ୍ତ୍ରୀଙ୍କୁ ଏପରି ଦାୟିତ୍ୱହୀନ ମନ୍ତବ୍ୟରୁ କ୍ଷାନ୍ତ ରହିବାକୁ ତାଗିଦ କରନ୍ତୁ ଓ ମୁଖ୍ୟମନ୍ତ୍ରୀ କାଯ୍ୟଳୟ ଆଗକୁ ଏପରି ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ବିବୃତି ଦେଉ :ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର ତା ୧୦/୦୮/୨୦୨୨ ରିଖ ଓଡ଼ିଶାରେ 75 ଲକ୍ଷ ପରିବାର ଗଣଶିକ୍ଷା ବିଭାଗ ସହ ଜଡିତ l ସେମାନେ ଗଣଶିକ୍ଷା ମନ୍ତ୍ରୀଙ୍କ ବାଚାଳାମି ବିବୃତି ଉପରେ ଘୋର ଅସନ୍ତୋଷ ପ୍ରକାଶ କରିବାସହ ଆଉ ବିଶ୍ୱାସ କରୁନାହାନ୍ତି l ସାରା ଦେଶ ସ୍ୱାଧୀନତାର 75 ବର୍ଷରେ ଅମୃତ ମହୋତ୍ସବ ପାଳନ କରୁଛି l ଆସନ୍ତା ଅଗଷ୍ଟ 15 ତାରିଖ ସ୍ୱାଧୀନତା ଦିବସ ପାଳନକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଗତକାଲି ରାତିରେ ପୁନର୍ବାର ପୁଣି ଏକ ଦାୟିତ୍ୱ ହୀନ ଓ ବିବାଦୀୟ ମନ୍ତବ୍ୟ ଦେଇଥିଲେ l ସ୍କୁଲରେ ପିଲାମାନେ ସ୍ୱାଧୀନତା ଦିବସ ପାଳନରେ ଅଂଶ ଗ୍ରହଣ କରିବାକୁ ବାରଣ କରିଥିଲେ l ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ ତୁରନ୍ତ ଏହି ନିଷ୍ପତ୍ତିକୁ ପୁନଃ ବିଚାର କରି ପିଲାମାନଙ୍କୁ ଅଂଶ ଗ୍ରହଣ କରିବାକୁ ଅନୁମତି ପ୍ରଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ l ଯେହେତୁ କୋଭିଡ ମହାମାରୀ ପରେ ପିଲାମାନେ ମାନସିକ ଦୂଷିନ୍ତାରୁ ଦୁରେଇ ପାଠ ପଢିଲେଣି ଓ ଏକ ସୁଯୋଗ ସୃଷ୍ଟି ହୋଇଛି ସେମାନଙ୍କୁ ସ୍ୱାଧୀନତା ଦିବସକୁ ଆଡମ୍ବର ରେ ପାଳନ କରିବାକୁ l ରଥଯାତ୍ରା ହେଲା, ସ୍କୁଲରେ ପାଠ ପଢ଼ାହେଉଛି, ଦଶ ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ କଳିଙ୍ଗ ଷ୍ଟାଡିଅମରେ ସଭା କରି ନିଯୁକ୍ତି ପତ୍ର ବାଣ୍ଟିଲେ କିଂନ୍ତୁ ପିଲାଙ୍କୁ ସ୍ୱାଧୀନତା ଦିବସ ପାଳନ ପାଇଁ କାହିଁକି ରୋକିବେ l

ବାର ଘଣ୍ଟା ନ ପୂରୁଣୁ ଆଜି ସକାଳୁ ମନ୍ତ୍ରୀଙ୍କ ବ୍ୟକ୍ତିଗତ ଲୋକ ସମ୍ପର୍କ ଅଧିକାରୀ ପିଲାମାନେ ସ୍ୱାଧୀନତା ଦିବସରେ ଅଂଶ ଗ୍ରହଣ କରିପାରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ l ପ୍ରକାଶ ଥାଉ କି ଗଣଶିକ୍ଷା ମନ୍ତ୍ରୀ ବହୁବାର ଏପରି ବାଚାଳ ଓ ଦାୟିତ୍ୱ ହୀନ ମନ୍ତବ୍ୟ ଦେଇସାରିଛନ୍ତି l ସେ ସ୍କୁଲ ଖୋଲିବା ପ୍ରସଙ୍ଗ ହେଉ,କି ପରୀକ୍ଷା କରିବା ପ୍ରସଙ୍ଗ ହେଉ ବା ସାମ୍ବାଦିକ ମାନଙ୍କୁ ସ୍କୁଲ ମନା ପ୍ରସଙ୍ଗ ହେଉ, ସକାଳେ ମନ୍ତବ୍ୟ ଦେବେ ସନ୍ଧ୍ୟାରେ ପରିବର୍ତ୍ତନ l ରାତିରେ ମନ୍ତବ୍ୟ ତାକୁ ସକାଳେ ପରିବର୍ତ୍ତନ ବା ଦ୍ବିପ୍ରହରରେ ମନ୍ତବ୍ୟ ଦେଇ ରାତିରେ ପରିବର୍ତ୍ତନ କରିବାର ନଜିର ଅଛି l ପଞ୍ଚସ୍ତରୀ ଲକ୍ଷ ଅଭିଭାବକ ଓ ସବୁ ଛାତ୍ର ଛାତ୍ରୀଙ୍କ ଭାବାବେଗ ସହ ଖେଳ ଖେଳିବା ସହିତ ବିଭିନ୍ନ ସମୟରେ ଅଯଥା ମାନସିକ ଚାପ ଦେଉଛନ୍ତି l ଯଦି ସ୍କୁଲରେ ସବୁ କାର୍ଯ୍ୟକ୍ରମ ଯଥାବିଧି ପାଳନ ହେଉଛି ତେବେ ସ୍ୱାଧୀନତା ଦିବସ ଭଳି ଜାତୀୟତା ଭାବlବୋଧ ସମ୍ପର୍କିତ କାର୍ଯ୍ୟକ୍ରମ ରେ କିପରି ପିଲାମାନେ ଭାଗ ନେବେନି l ସେମାନେ 75 ବର୍ଷ ପାଳନ ଭଳି ଗୁରୁତ୍ୱପୂର୍ଣ ମୁହୂର୍ତ୍ତକୁ କିପରି ହାତ ଛଡା କରିବେ ତାଙ୍କୁ ଜାତୀୟତା ଭାବରୁ କ୍ଷାନ୍ତ ରଖିବା ମଧ୍ୟ ଏକ ଗୁରୁତର ଅପରାଧ ବୋଲି ସହ ଅଧକ୍ଷ ପ୍ରସନ୍ନ ବିଶୋଇ କହିଛନ୍ତି l ଏହିପରି ମନ୍ତବ୍ୟ ପାଇଁ ମନ୍ତ୍ରୀଙ୍କୁ ବାରଣ କରାଯାଉ, ସେ ବିଶ୍ୱାସ ହରେଇଥିବାରୁ, ମୁଖ୍ୟମନ୍ତ୍ରୀ ଙ୍କ କାଯ୍ୟଳୟ ଏସବୁ ଗୁରୁତ୍ୱପୂର୍ଣ କଥା ପ୍ରେସ୍ର ବିଜ୍ଞପ୍ତି ମାଧ୍ୟମରେ ଦେଉ l ଅଭିଭାବକ ମାନେ ଏଭଳି ମନ୍ତୀଙ୍କ ଅଯଥା ହସ୍ତକ୍ଷେପରେ ଭିତପ୍ରସ୍ତ ହୋଇ ସାରିଲେଣି l

ପ୍ରସନ୍ନ ବିଷୋୟୀ
ସହ ଅଧକ୍ଷ, ଓଡିଶା ଅଭିଭାବକ ମହାସଂଘ

Leave A Reply

Your email address will not be published.