ପୂର୍ବତନ ଟ୍ରେଜେରୀ ଆକାଉଣ୍ଟାଣ୍ଟ ଙ୍କୁ ୩ ବର୍ଷ ଜେଲ ଓ ଜୋରିମାନା

ଫୁଲବାଣୀ -୧୧/୦୮ ଗୁରୁବାର ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ଏକ ଲାଞ୍ଚ ମାମଲା ର ବିଚାର କରି ପୂର୍ବତନ ବୌଦ୍ଧ ଜିଲ୍ଲା ଟ୍ରେଜେରୀ ଆକାଉଣ୍ଟାଣ୍ଟ ଓ ବର୍ତ୍ତମାନର ସବ ଟ୍ରେଜେରୀ ଅଫିସ ବାଲିଗୁଡାରେ କାର୍ଯ୍ୟରତ ନାରାୟଣ ମଲ୍ଲିକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମlନା ଅନାଦେୟ ଅଧିକା ୩ ମାସ ଜେଲଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି l ସୂଚନା ଯୋଗ୍ୟ ଯେ, ମଲିକ ବୌଦ୍ଧରେ ଥିବାବେଳେ ଜଣେ କର୍ମଚାରୀଙ୍କ ଅନ ୟୁଟିଲାଇଜିଡ ସାଲାରୀ ବିଲ କରିବା ପାଈଁ ୧୯/୧୦/୨୦୧୯ ତାରିଖ ଦିନ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ପୂର୍ବ ନିର୍ଧାରିତ ପ୍ରକାରେ ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀମାନେ ମଲିକ ଙ୍କୁ ଗିରଫ କରିବାସହ ଲାଞ୍ଚ ଟଙ୍କା ଉଧାର କରିଥିଲେ l ଏ ନେଇ ଭିଜିଲାନ୍ସ ବିଭାଗ ୨୮/୧୯ରେ ମାମଲାରୁଜୁ କରିଥିଲେ l ଗୁରୁବାର ଏହି ମାମଲାର ଶୁଣାଣି କରି ଭିଜିଲାନ୍ସ ଜଜ ଉପରୋକ୍ତ ରାୟ ଶୁଣାଇଛନ୍ତି l

Leave A Reply

Your email address will not be published.