ମୋଟର ସାଇକେଲ ଦୁର୍ଘଟଣାରେ ଯୁବକ ମୃତ

କାଲିମେଳା ତା11/8: ବୁଧବାର ରାତି ସାଢେ ସାତଟା ସମୟରେ ମାଲାକାନଗିରି ମୋଟୁ ୩୨୬ ନମ୍ପର ଜାତୀୟ ରାଜପଥ ତଥା କାଲିମେଳା ଥାନା ଅନ୍ତର୍ଗତ ଏମଭି ୯୦ ଗ୍ରାମ ନିକଟରେ ମୋଟର ସାଇକେଲ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୋଟରସାଇକେଲଟି ଗଛରେ ପିଟି ହେବା ଯୋଗୁ ଏହି ଦୁର୍ଘଟଣା ହେଇଥିବା କୁହାଯାଉଛି । ଦୁର୍ଘଟଣା ପରେ ସ୍ଥାନୀୟ ଏମ ଭି ୯୦ ଗ୍ରାମର ଯୁବକ ମାନେ ଉଦ୍ଧାର କରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ସେଠାରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଯୁବକ ଜଣଙ୍କ ଅଶୋକ ଢାଲି ତାଙ୍କ ଘର ପାଣ୍ଡ୍ରିପାଣି ଏମ ଭି ୯୩ ଗ୍ରାମର ବଲି ଜଣା ପଡିଛି । ସୂଚନା ନେବାରୁ ଜଣା ପଡିଛି ଯେ , ଅଶୋକଙ୍କ ଘର ପାଣ୍ଡ୍ରିପାଣି ଏମ ଭି ୯୩ ଗ୍ରାମର ହୋଇଥିବା ବେଳେ ସେ ୧୫ ଦିନ ତଳେ ନିଜ ଶ୍ୱଶୁର ଘର କାଲିମେଳା ବ୍ଲକ ନାଲାଗଣ୍ଠି ପଞ୍ଚାୟତ ଏମ ପି ଭି ୩୬ ଗ୍ରାମର ସୁପଦ ସରଦାରଙ୍କ ଘରକୁ ଆସିଥିଲେ । ସେ ଏଠାରେ ରହି ଚାଷ କାର୍ଯ୍ୟ କରିବା ଶହ କାଲିମେଳା ଅଞ୍ଚଳର ଜୈନେକ ଠିକାଦାର ପାଖରେ ରହି କାମ କରୁଥିଲେ । ତେବେ ଆଜି ସନ୍ଧ୍ୟାରେ ଉକ୍ତ ଠିକାଦାରଙ୍କ ପାଖକୁ ଆସି କାଲିମେଳାରୁ ଏମ ପି ଭି ୩୬ ଗ୍ରାମକୁ ନିଜ ମୋଟରସାଇକଲ ଯୋଗେ ଫେରୁଥିବା ସମୟରେ ଏମ ଭି ୯୦ ନିକଟରେ ଅଶୋକ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଗଛରେ ପିଟି ହୋଇ ମୋଟରସାଇକଲ୍ ସହ ଚାଷ ଜମିରେ ପଡିଯାଇଥିଲେ ପରେ କାଲିମେଳା ସରପଞ୍ଚ ପୃଥୀରାଜ ମାଝୀ ତେଳରାଇ ପଞ୍ଚାୟତ ସରପଞ୍ଚ ମୁତା ସୋଡ଼ୀ ସେଠାରେ ଉପସ୍ଥିତ ଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ଯୁବକକୁ କାଲିମେଳା ମେଡିକାଲ ନେଇ ଆସିଥିଲେ ଖବର ପାଇ କାଲିମେଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ମୃତ ଅଶୋକଙ୍କ ପରିବାର ଲୋକଙ୍କୁ ଖବର ଦିଆ ଯାଇଚି ଅଶୋକଙ୍କ ୨ ଜଣ ଛୋଟ ପିଲା ଥିବା ଜଣା ପଡିଛି ।

Leave A Reply

Your email address will not be published.