xmas

କାର ପିଟିଲା ବାଇକକୁ, ଦାଦା ଓ ପୁତୁରା ଗୁରୁତର

ଫୁଲବାଣୀ:-12/08
କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ନିକଟସ୍ଥ ଡୁଙ୍ଗୁରିନାଳ ବୁଲାଣି ରାସ୍ତାଦେଇ ଏକ ବାଇକରେ(ଓ ଡି୧୨- ୮୪୪୬) ଦାଦା ଓ ପୁତୁରା ସଙ୍କରାଖୋଲ ଆସୁଥିଲେ ଫୁଲବାଣୀ ପଟରୁ ଏକ ସୁଇଫ୍ଟ ଡିଜାର କାର କଳାହାଣ୍ଡି ଯାଉଥିବା ସମୟରେ ଧକ୍କା ଦେବା ଫଳରେ ଦାଦା ପୁତୁରା ଛିଟିକି ପଡିଥିଲେ। ସ୍ଥାନୀୟ ଲୋକ ଟିମ ହ୍ୟୁମାନିଟି କନ୍ଧମାଳର ଟିକାବାଲି ଶାଖା,ସଙ୍କରାଖୋଲ ଶାଖା ଓ ଟିକାବାଲି ଥାନାକୁ ଖବର କରିଥିଲେ।ଖବର ପାଇ ଘଟଣା ସ୍ଥଳରେ ଉଭୟ ଶାଖାର ସଦସ୍ୟ ଏବଂ ପୋଲିସ ପହଞ୍ଚି ଉଦ୍ଧାର କରିବା ସହ କାରଟିକୁ ଟିକାବାଲି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଜବତ କରି ତଦନ୍ତ ଚଳାଇଥିବା ବେଳେ। ଟିମ ହ୍ୟୁମାନିଟିର ଗାଡ଼ିରେ ଗୁରୁତର ଆହତ ଉଭୟ ଦାଦା ପୁତୁରାଙ୍କୁ ଟିକାବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l
ଗୁରୁତର ଆହତ ଦାଦା ସୁବଳ ଦେହୁରୀ ଓ ପୁତୁରା ସମୀର ଦେହୁରୀ ଙ୍କର ଘର ଟିକବାଲି ବ୍ଲକର କଇଁଝର, କୁମ୍ଭାର ସାହି ବୋଲି ଜଣା ପଡିଛି।ଟିମ ହ୍ୟୁମାନିଟି ସଦସ୍ୟ ମାନେ ହେଲେ ଟିକାବାଲିର ହୀରୋ ନାୟକ, ନୀଳମାଧବ ପାତ୍ର, ରଜତ ଭୋଇ ସେହିପରି ସଙ୍କରାଖୋଲ ଶାଖାର ମଣ୍ଟୁ ବେହେରା,ରାଜେଶ ପାଣିଗ୍ରାହୀ, ଅଶ୍ୱିନୀ ପଣ୍ଡା,, ଫୁଲବାଣୀ ଶାଖାର ରଜତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ବୋଲି ଆବାହକ ଭି. ଲୋକନାଥ ରାଜୁ କହିଛନ୍ତି l

Leave A Reply

Your email address will not be published.