ଜାତୀୟ କୃମି ନାଶନ ଦିଵସ, ୩ ଲକ୍ଷ ୬ ହଜାର ଛାତ୍ର ଛାତ୍ରୀଙ୍କୁ ଔଷଧ ପ୍ରଦାନ ଲକ୍ଷ୍ୟ

ଫୁଲବାଣୀ -୧୨/୦୮ ଶୁକ୍ରବାର କନ୍ଧମାଳ ଜିଲ୍ଲା ର ଏଜେଓ ହାଇସ୍କୁଲ ପରିସରରେ ଜାତୀୟ କୃମି ନାଶନଦିଵସ ପାଳିତ ହୋଇଥିଲା l ଏହି ଅବସରରେ ଆୟୋଜିତ ସଭାରେ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥୀ ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥୀ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଡ଼ ମନୋଜ ଉପାଧ୍ୟାୟ, ସହକାରୀ ଜନ ସ୍ୱାସ୍ଥ୍ୟ ଅଧିକାରୀରୋଗ ନିୟନ୍ତ୍ରଣ, ଡ଼ବସନ୍ତ କୁମାର ପାତ୍ର, ସହକାରୀ ଜନସ୍ୱାସ୍ଥ୍ୟ ଅଧିକାରୀ, ମେଲେରିଆ ଡ. ପ୍ରଭାକର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ. ମଞ୍ଜୁଳା ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡ଼ଙ୍ଗୀ, ଏନ. ଏଚ ଏମ ଜିଲ୍ଲା ସଂଯୋଜକ ମନୋରଞ୍ଜନ ସାହୁ, ପ୍ରଧାନ ଶିକ୍ଷକ ଦିଲ୍ଲୀପ ପ୍ରଧାନ, ପ୍ରମୁଖ ଯୋଗ ଦେଇ ନିଜେ କୃମି ଔଷଧସେବନକରିବା ସହ ଛାତ୍ରଛାତ୍ରୀମାନେ ଏହି ଔଷଧ ଖାଇଲେ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିଥାନ୍ତି ବୋଲି କହିଥିଲେ l ଏଣୁ ବିଦ୍ୟାଳୟ ସ୍ତରରେ ଶତ ପ୍ରତିଶତ ସଫଳତା ପାଈଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଷ୍ଠା ଓ ଆନ୍ତରିକତା ର ସହ ଉଦ୍ୟମ କରିବା ଜରୁରୀ ବୋଲି ଜିଲାପାଳ କହିଥିଲେ lକନ୍ଧମାଳ ରେ ୩ ଲକ୍ଷ ୬ ହଜାର ଛଶହ ବୟାଳିଶ ଜଣ ଙ୍କୁ କୃମି ଔଷଧ ସେବନ ଲକ୍ଷ୍ୟରହିଥିବା କହିଥିଲେ l ଜିଲ୍ଲା କୈଶୋର ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଆଶିଷ ମହାନ୍ତି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିବାବେଳେ ଆର ବିଏସକେ ମେନେଜେର ସୁଧାଂଶୁ ପ୍ରଧାନ, ଶିବ ରଂଜନ ଦାସ, ଧର୍ମେନ୍ଦ୍ର ତାଣ୍ଡି ସହଯୋଗ କରିଥିଲେ l

Leave A Reply

Your email address will not be published.